
ଦିଲ୍ଲୀ, ୨୦୨୧ ଜାନୁଆରୀ ୧୬ ତାରିଖରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା କୋଭିଡ-୧୯ ଟିକାକରଣରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି ।ଟିକାକରଣର ୫୬ତମଦିବସ (୨୦୨୧, ମାର୍ଚ୍ଚ ୧୨)ରେ ୩୦,୫୬୧ ସେସନରେ ୨୦ ଲକ୍ଷ (୨୦,୫୩,୫୩୭) ରୁ ଅଧିକ ଟିକା ପ୍ରଦାନ କରାଯାଇଛି। ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ଟିକାକରଣର ଏହା ଏକ ରେକର୍ଡ ।୧୬,୩୯,୬୬୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ (ଏଚସିଡବ୍ଲୁ ଏବଂ ଏଫଏଲଡବ୍ଲୁ) ଏବଂ ୪,୧୩,୮୭୪ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
ଆଜି ସକାଳ ୭ଟା ସୁଦ୍ଧା ୪,୮୬,୩୧୪ ସେସନରେ ମୋଟ ୨.୮୨ କୋଟି (୨,୮୨,୧୮,୪୫୭)ରୁ ଅଧିକ ଟିକା ଦିଆଯାଇଛି ।ଏହା ମଧ୍ୟରେ ଅଛି ୭୨,୯୩,୫୭୫ ଏଚସିଡଡବ୍ଲୁ (ପ୍ରଥମଡୋଜ୍), ୪୧,୯୪,୦୩୦ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୨,୩୫,୭୪୫ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୯,୪୮,୯୨୩ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ୧୨,୫୪,୪୬୮ ହିତାଧିକାରୀ (ପ୍ରଥମ ଡୋଜ) ଏବଂ ୬୦ ବର୍ଷ ବୟସରୁ ଅଧିକ ବୟସର ୭୨,୯୧,୭୧୬ ଜଣ ହିତାଧିକାରୀ ।ଗତ ୨୪ ଘଣ୍ଟା ମଧ୍ୟରେ ୮ଟି ରାଜ୍ୟରେ ମୋଟ ୨୦,୫୩,୫୩୭ ଡୋଜରୁ ୭୪% ଦିଆଯାଇଛି।କେବଳ ଉତ୍ତର ପ୍ରଦେଶରେ ସର୍ବାଧିକ ୩.୩ ଲକ୍ଷରୁ ଅଧିକ ଟିକା ଡୋଜ୍ ଦିଆଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO