
ମାଲକାନଗିରି,ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି । ସ୍ୱାଭିମାନ ଅଞ୍ଚଳ ପିପଲିପଦର ଜଙ୍ଗଲରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି । ପିପଲିପଦର ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରିଥିବା ନେଇ ସୂଚନା ମିଳିଥିଲା । ସୂଚନା ଅନୁସାରେ ଏସଓଜି ଓ ଡିଭିଏଫ୍ ଯବାନ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀ ଆସିବା ଦେଖି ମାଓବାଦୀ ଗୁଳିଚାଳନା କରିଥିଲେ । ଯାହାର କଡ଼ା ଜବାବ ଦେଇଛନ୍ତି ଯବାନ । ପ୍ରାୟ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିବା ଜଣାପଡିଛି । ମାଲକାନଗିରି କୋରାପୁଟ ଓ ବିଶାଖାପାଟଣା ଡିଭିଜନର ଶତାଧିକ ନକ୍ସଲ ସେଠାରେ ଉପସ୍ଥିତ ରହିଥିବା ମାଲକାନଗିରି ଏସପି ରିଶିକେଷ ଖିଲାରୀ ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ସୁରକ୍ଷାବାହିନୀ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ସହ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ଜଣାପଡ଼ିଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO