ଚେନ୍ନାଇ , ତାମିଲନାଡୁରେ ଗତ ୨୪ ଘଂଟାରେ ୪୮୧ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮,୫୦,୫୭୭ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ବଢି ୧୨,୪୮୮ ହୋଇଛି ।
ସମଗ୍ର ବିଶ୍ୱରେ କରୋନାରେ ଆଜି ପର୍ଯ୍ୟନ୍ତ ୧୧ କୋଟି ୩୯ ଲକ୍ଷ ୬୦ ହଜାର ୭୧ ଲୋକ ସଂକ୍ରମିତ
ନୂଆଦିଲ୍ଲୀ, ସମଗ୍ର ବିଶ୍ୱରେ କରୋନାରେ ଆଜି ପର୍ଯ୍ୟନ୍ତ ୧୧ କୋଟି ୩୯ ଲକ୍ଷ ୬୦ ହଜାର ୭୧ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୨୭ ହଜାର ୯୫୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ୮ କୋଟି ୯୫ ଲକ୍ଷ ୧୯ ହଜାର ୫୩୪ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୯ ଲକ୍ଷ ୧୨ ହଜାର ୯୧୨ ଜଣ ଲୋକ ସକ୍ରିୟ ଅଛନ୍ତି