
ନୂଆଦିଲ୍ଲୀ, ଗୁରୁ ରବିଦାସଙ୍କ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, “ଗୁରୁ ରବିଦାସଙ୍କ ଜୟନ୍ତୀର ଶୁଭ ଅବସରରେ ମୁଁ ଦେଶବାସୀଙ୍କୁ ମୋର ଶୁଭକାମନା ଜଣାଉଛି ।ଗୁରୁ ରବିଦାସ ଜଣେ ବିଶିଷ୍ଟ ସାଧୁ ଏବଂ ଧର୍ମ ସଂସ୍କାରକ ଥିଲେ, ଯିଏକି ନିଜ ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଥିଲେ । ସେ ତାଙ୍କ ଶିକ୍ଷା ମାଧ୍ୟମରେ ମାନବିକତା ପାଇଁ ସମାନତା, ନ୍ୟାୟ, ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବାର୍ତ୍ତା ପ୍ରେରଣ କରିଥିଲେ । ସେ ସାରା ଜୀବନ ସାମାଜିକ ସୌହାର୍ଦ୍ଦ୍ୟ ଏବଂ ଭାତୃତ୍ଵର ନୀତି ପ୍ରଚାର ପାଇଁ କାର୍ଯ୍ୟ କରିଥିଲେ ।ଏହି ମହାନ ସାଧୁଙ୍କ ଜନ୍ମବାର୍ଷିକୀରେ, ଆସନ୍ତୁ ତାଙ୍କ ଶିକ୍ଷାରୁ ପ୍ରେରଣା ଗ୍ରହଣ କରିବା ଏବଂ ମାନବିକତାର ହିତ ପାଇଁ ସମାଜରେ ଭ୍ରାତୃଭାବକୁ ଦୃଢ କରିବା ପାଇଁ ଚେଷ୍ଟା କରିବା” ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO