ମୁମ୍ବାଇ , ମୁମ୍ବାଇରେ କରୋନାର ୫୭୧ ଟି ନୂଆ ମାମଲା ସାମନାକୁ ଆସିଛି । ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ଏଠାେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୩,୦୨,୨୨୩ ହୋଇଛି । ଏଠାରେ ୧୧,୨୩୫ ଲୋକଙ୍କର ମୃତ୍ୟୁ ଘଟିଛି ।
ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୨୯୧୦କରୋନାର ନୂଆ ମାମଲା
ମୁମ୍ବାଇ , ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୨୯୧୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୫୨ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୯,୮୭,୬୭୮ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା କାରଣରୁ ୫୦,୩୮୮ଜଣ ମୃତ୍ୟୁବରଣ କରିଛନ୍ତି ।
ଦିଲ୍ଲୀରେ ଗତ ୨୪ ଘଂଟାରେ ୨୯୯ କରୋନାର ନୂଆ ମାମଲା
ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୨୯୯ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬,୩୨,୧୮୩ ହୋଇ ଯାଇଛି ।ବର୍ତମାନ ଯାଏ ୧୦,୭୩୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛିା