
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋମବାର ଦିନ 2021-22ରୁ 2025-26 ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗଙ୍କ ରିପୋର୍ଟ କପି ହସ୍ତାନ୍ତର କରାଯାଇଛି । ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କପି ପ୍ରଦାନ କରାଯାଇଥିଲା । ଆୟୋଗ ନିଜର ରିପୋର୍ଟ 4 ନଭେମ୍ବର 2020ରେ ରାଷ୍ଟ୍ରପତିଙ୍କୁ ଅର୍ପଣ କରିଥିଲା ।
ଅଧ୍ୟକ୍ଷ ଶ୍ରୀ ଏନ କେ ସିଂଙ୍କ ସମେତ ସଦସ୍ୟଗଣ ଶ୍ରୀ ଅଜୟ ନାରାୟଣ ଝା, ପ୍ରଫେସର ଅନୁପ ସିଂ, ଡ. ଅଶୋକ ଲାହିରି ଏବଂ ଡ. ରମେଶ ଚାନ୍ଦ, ଆୟୋଗ ସଚିବ ଶ୍ରୀ ଅରବିନ୍ଦ ମେହତା ରିପୋର୍ଟ ହସ୍ତାନ୍ତର ସମୟରେ ଉପସ୍ଥିତ ଥିଲେ।
ଆସନ୍ତାକାଲି କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଆୟୋଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯିବ।
ସମ୍ବିଧାନରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ, ଏହି ରିପୋର୍ଟକୁ ଏକ୍ସପ୍ଲାନେଟରୀ ମେମୋରାଣ୍ଡମ ସହିତ ଏଟିଆର ମାଧ୍ୟମରେ ସଦନରେ ଉପସ୍ଥାପନ କରାଯିବ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO