
ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୪୧ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓକେନ୍ଦୁଝର ଜିଲ୍ଲାରୁ ୩ ଜଣ ଲେଖାଏଁ , ସମ୍ବଲପୁର ରୁ ୨ ଜଣ , ବାଲେଶ୍ୱର, ବରଗଡ, ବୌଦ୍ଧ , କଟକ, ଯାଜପୁର , ମୟୁରଭଂଜ, ନୟାଗଡ ଓ ରାଉରକେଲାରୁ ଜଣେ ଲେଖାଏଁ ବ୍ୟକ୍ତି ରହିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାର ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ୨ ଜଣ ପୁରୁଷ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୫୩ ଓ ୬୨ । ଖୋର୍ଦ୍ଧା ଜିଲ୍ଲାର ଅନ୍ୟଜଣେ ୬୫ ବର୍ଷୀୟ ପୁରୁଷ । ସେହିପରି କେନ୍ଦୁଝରର ୩ ମୃତକଙ୍କ ମଧ୍ୟରେ ୫୫ ଓ ୩୮ ବର୍ଷର ୨ ଜଣ ପୁରୁଷ ଓ ୮୦ ବର୍ଷର ଜଣେ ବୃଦ୍ଧା ରହିଛନ୍ତି । ସମ୍ବଲପୁରର ୨ ମୃତକଙ୍କ ମଧ୍ୟରେ ୭୦ ଓ ୯୦ ବର୍ଷର ୨ ଜଣ ପୁରୁଷ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱରର ୫୫ ବର୍ଷର ମହିଳା, ବରଗଡର ୫୭ ବର୍ଷ ପୁରୁଷ, ବୌଦ୍ଧର ୬୪ ବର୍ଷର ପୁରୁଷ, କଟକର ୭୫ ବର୍ଷର ପୁରୁଷ , ଯାଜପୁରର ୪୬ ବର୍ଷର ପୁରୁଷ , ମୟୁରଂଭଜର ୬୫ ବର୍ଷର ପୁରୁଷ, ନୟାଗଡର ୫୧ ବର୍ଷର ପୁରୁଷ ଓ ରାଉରକେଲାର ୪୫ ବର୍ଷର ପୁରୁଷ ମୃତ୍ୟୁବରଣ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO