
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ନାଗାସାଧୁ ଓ ମହନ୍ତ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି |ନାଗାସାଧୁ ଲଙ୍ଗୁଳି ମଠକୁ ଯିବାପାଇଁ ଅନୁମତି ନମିଳିବାରୁ ସେମାନେ ତାହାର ପ୍ରତିବାଦ କରିଛନ୍ତି । ଲଙ୍ଗୁଳିମଠ ଉଚ୍ଛେଦକୁ ରାଜ୍ୟ ବାହାରୁ ଆସିଥିବା ନାଗାସାଧୁମାନେ ବିରୋଧ କରିଛନ୍ତି ।ମଠ ନିକଟରେ ଥିବା ଧ୍ବନିର ସୁରକ୍ଷା ପାଇଁ ସେମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ନାଗା ସାଧୁଙ୍କ ନୃତ୍ୟ ଏବଂ ବିକ୍ଷୋଭ ଦେଖିବାକୁ ସିଂହଦ୍ଵାର ସମ୍ମୁଖରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପୁଲିସ ସେଠାରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ନାଗାସାଧୁ ମାନେ ଗୋବଦ୍ଧନ ପୀଠକୁ ଯାଇ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଦର୍ଶନ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ୩୦ଜଣ ନାଗାସାଧୁ ପୁରୀ ଆସିଛନ୍ତି । ପୁରୀ ଲଙ୍ଗୁଳିମଠ ଓ ଧୂନିର
ସୁରକ୍ଷା ପାଇଁ ସେମାନେ ଦାଵୀ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO