
ବେଲଗୁଣ୍ଠା, ପ୍ରବାସୀ ନିଜ ଭିଟାମାଟିକୁ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ କରୋନାର ତାଣ୍ଡବ ଆରମ୍ଭ ହୋଇଥିଲା I କିନ୍ତୁ ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀ, ପୋଲିସ୍, ଡାକ୍ତରଙ୍କ ପ୍ରଚେଷ୍ଟା ତଥା ଜନ ସାଧାରଣଙ୍କ ସହଯୋଗରେ ଗତ ଅଗଷ୍ଟ ମାସରୁ ଗଞ୍ଜାମରେ କରୋନା ସଂକ୍ରମଣର ହାର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ପାଇଁ ଗଞ୍ଜାମ ଉଦାହରଣ ପାଲଟିଛି I କରୋନା ମୃତ୍ୟୁ ହାରକୁ ରୋକିବା ପାଇଁ ଗଞ୍ଜାମରେ ପ୍ଲାଜମା ଥେରାପୀ ଆରମ୍ଭ କରାଗଲା ପରେ କରୋନାରୁ ସୁସ୍ଥ ହୋଇଥିବା ବହୁ ଜନ ସାଧାରଣ ତଥା କରୋନା ଯୋଦ୍ଧା ମାନେ ସ୍ୱତଃ ପ୍ରବୃତ୍ତ ଭାବେ ପ୍ଲାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କୁ ବଞ୍ଚାଇବାରେ ସହାୟକ ହୋଇଥିଲେ I ସେହିପରି ବେଲଗୁଣ୍ଠI ଯୋଗାଣ ବିଭାଗର ଜଣେ ଡ଼ାଟା ଏଣ୍ଟ୍ରି ଅପରେଟର୍ ନିଜର ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି I ସୂଚନା ପ୍ରକାରେ ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ ବିଡିପୁର ନିକଟସ୍ଥ ମହୁଲପଲ୍ଲୀ ଗ୍ରାମର ଶ୍ରୀକାନ୍ତ ଜେନା (20) ବେଲଗୁଣ୍ଠI ବ୍ଲକ୍ ଯୋଗାଣ ବିଭାଗରେ ଡ଼ାଟା ଏଣ୍ଟ୍ରି ଅପରେଟର୍ ଭାବେ କାର୍ଯ୍ୟ କରନ୍ତି I ଗତ ଜୁଲାଇ ମାସ ଦୁଇ ତାରିଖରେ ତାଙ୍କର ସ୍ୱାବ ରିପୋର୍ଟ୍ ପଜିଟିଭ ଆସିଥିବା ବେଳେ ସେ ଭଞ୍ଜନଗର କୋଭିଡ କେୟାର୍ ସେଣ୍ଟର୍ ରେ ଜୁଲାଇ ଆଠ ତାରିଖ ପର୍ଯ୍ୟନ୍ତ ରହି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ I କରୋନାରୁ ସୁସ୍ଥ ହେଲା ପରେ ଶ୍ରୀ ଜେନା ସେପ୍ଟେମ୍ବର ପାଞ୍ଚ ତାରିଖରେ ବ୍ରହ୍ମପୁର ବଡ଼ ମେଡିକାଲ ଯାଇ ପ୍ଲାଜମା ଦାନ ପାଇଁ ସାମ୍ପଲ୍ ଦେଇ ଆସିଥିଲେ I ଆଜି ଅର୍ଥାତ ସେପ୍ଟେମ୍ବର 25 ତାରିଖରେ ଶ୍ରୀ ଜେନା ବ୍ରହ୍ମପୁର ମେଡିକାଲକୁ ଯାଇ ନିଜର ପ୍ଲାଜମା ଦାନ କରିଥିଲେ I ଶ୍ରୀ ଜେନା ଏହିଭଳି କାର୍ଯ୍ୟକ୍ରମକୁ ବିଡିଓ ଶଶି ଭୂଷଣ ମହାପାତ୍ର, ତହସିଲଦାର ସରୋଜ କୁମାର ବେହେରା, ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୁରୀ ବେଲ୍ଲଗୁଣ୍ଠା ପ୍ରେସ କ୍ଲବ ସମେତ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀକାନ୍ତ ଙ୍କୁ ସାଧୁବାଦ ଜଣାଇଛନ୍ତି I ବେଲ୍ଲଗୁଣ୍ଠା ରୁ ପ୍ରଦ୍ୟୁମ୍ନ ପାତ୍ର
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO