
ବ୍ରହ୍ମପୁର: ବିଜେଡି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ଗଞ୍ଜାମ ଜୋନ୍ ସଭାପତି ରୂପେ ନିଯୁକ୍ତି ପାଇଥିବା ଯୁବ ସଂଗଠକ ନଚିକେତା ସ୍ୱାଇଁଙ୍କୁ ଶୁକ୍ରବାର ଅପରାହ୍ନରେ ଆସିକାରେ ବିଜୁ ଜନତାଦଳ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀ ସ୍ୱାଇଁ ଭୂବନେଶ୍ୱରରୁ ସଡକପଥରେ ଆସି ଗୁଡିଆଳି ଗ୍ରାମ ଛକ ନିକଟରେ ପହଞ୍ଚିବା ପରେ ବିଜେଡିର ଦଳୀୟ ନେତା ଓ କର୍ମୀ ମାନେ ଏକ ବାଇକ ର୍ୟାଲିରେ ଆସିକା ଅଭିମୁଖେ ପାଛୋଟି ଆଣିଥିଲେ । ଶ୍ରୀ ସ୍ୱାଇଁ ପଥରା ଗ୍ରାମ ନିକଟରେ ପୂର୍ବତନ ସାଂସଦ ସ୍ୱର୍ଗତ ଲଡୁ କିଶୋର ସ୍ୱାଇଁ ଓ ଆସିକା ବିଜୁ ପଟ୍ଟନାୟକ ଛକରେ ପ୍ରାବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଜେଡି କାର୍ଯ୍ୟାଳୟରେ ବ୍ଳକ ବିଜେଡି ସଭାପତି ରାଜେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ନଗର ବିଜେଡି ସଭାପତି ସତ୍ୟ ନାରାୟଣ ସ୍ୱାଇଁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ଆସିକା ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ଅଭିମନ୍ୟୁ ନାହାକ, ବ୍ଳକ ଯୁବ ବିଜେଡି ସଭାପତି ଅନୀଲ କୁମାର ନାୟକ ପ୍ରମୁଖ ଉଦ୍ବୋଧନ ଦେଇ ଯୁବ ବିଜେଡିର ସଂଗଠନକୁ ଆହୁରି ସୁଦୃଢ କରି ବିଜେଡି ସୁପ୍ରିମୋ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ କରିଥିଲେ । ଶ୍ରୀ ସ୍ୱାଇଁ ଏକ ଖୋଲା ଗାଡିରେ ନମସ୍କାର କରି ସମସ୍ତଙ୍କ ଆର୍ଶୀବାଦ କାମନା କରୁଥିବା ଦେଖିବାକୁ ମିଳିଥିଲା । ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଭଗବାନ ସାହୁ, ଶିବ ନାହାକ, ନାଗାର୍ଜୁନ ବିଷୋୟୀ, ଏମ୍. ତାରିଣୀ ସେନାପତି, ପ୍ରମୋଦ କୁମାର ତ୍ରିପାଠୀ, ଶିବଶଙ୍କର ମହାନ୍ତି, ଜିତେନ୍ଦ୍ର କୁମାର ବିଷୋୟୀ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରଫୁଲ କୁମାର ବିଶ୍ୱାଳ, ମନୋଜ କୁମାର ନାହାକ, ସରୋଜ କୁମାର ସାହୁ, ଅଜିତ କୁମାର ଚୌଧୂରୀ, ଦୟାନିଧି ମହାନ୍ତି, ସରୋଜ କୁମାର ପ୍ରଧାନ, ଧନମାଳୀ ସିୟ, ସମୀର ବେହେରା, ନିଳାମ୍ବର ସ୍ୱାଇଁ, ବି. ମନୋଜ କୁମାର ଦୋରା, ନିଗମାନନ୍ଦ ରାଉତ, ବିମଳ କୁମାର ପ୍ରଧାନ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO