
ବ୍ରହ୍ମପୁର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପୂର୍ବତନ ସାଂସଦ ଡ.ସିଦ୍ଧାନ୍ତ ମହାପାତ୍ରଙ୍କ ବ୍ୟକ୍ତିଗତ ସହାୟକ ସପନ ପାଢ଼ୀ(୫୧)ଙ୍କ ଶୁକ୍ରବାର ବଡି ଭୋର ୩.୩୦ମିନିଟ୍ରେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ ହୋଇଛି । କିଛିଦିନ ହେବ ସେ କର୍କଟ ରୋଗରେ ପୀଡିତ ହୋଇ ଚିକିିତ୍ସିତ ହେଉଥିଲେ । ମୃତ ପାଢ଼ୀ ଜଣେ ସୁସଙ୍ଗଠକ ଓ ମେଳାପୀ ବ୍ୟକ୍ତି ସହ ବିଜେଡି ଦଳର ଜଣେ କାର୍ଯ୍ୟକର୍ତ୍ତା ଥିଲେ । ଛାତ୍ର ଜୀବନରୁ ସେ ଜଣେ ମେଳାପୀ ଓ ସମାଜସେବା ଉପରେ କାର୍ଯ୍ୟକରି ଆସୁଥିଲେ । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ନିକଟରେ ବିଏସିଟି ଇଞ୍ଜିନିୟରିଂ କଲେଜ ଖୋଲି ବହୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନରେ ସେ ବିନ୍ଧାଣୀ ଥିଲେ । ଛାତ୍ର ଜୀବନରୁ ରାଜନୈତିକ ଜୀବନ ଆରମ୍ଭକରି ମୃତ୍ୟୁ ପର୍ଯ୍ୟନ୍ତ ସେ ସୁନାମ ଅର୍ଜନ କରିଥିଲେ । ଏପରିକି ସେ ଗଞ୍ଜାମ ଓକିଲ ସଂଘର ଜଣେ ନିୟମିତ ସଦସ୍ୟ ମଧ୍ୟ ରହିଥିଲେ । ତାଙ୍କ ମୃତ ଶରୀରକୁ ବ୍ରହ୍ମପୁର ହିଲ୍ ପାଟଣାସ୍ଥିତ ନିଜ ବାସଭବନକୁ ଅଣାଯାଇଥିଲା । ବାସଭବନରେ ପହଞ୍ôଚବାପରେ ତାଙ୍କର ଶୁଭେଚ୍ଛୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ମୃତ ସପନଙ୍କ ସ୍ତ୍ରୀ ସ୍ୱାଗତୀକା ଓ ଏକମାତ୍ର ଝିଅ ସାଇନିଙ୍କ ସମେତ ସମସ୍ତ ପରିବାର ଓ ବନ୍ଧୁଜନ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇବାପରେ ବିଭିନ୍ନ ଦଳର ବ୍ୟକ୍ତିବିଶେଷ ଯଥା ସିପିଆଇଏମ୍ ନେତା ଅଳିକିଶୋର ପଟ୍ଟନାୟକ, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଜୟନ୍ତ ମହାପାତ୍ର, ବିଜେଡି ନେତା ରଜନୀଶ ମିଶ୍ର, ସୁଧିର ରାଉତ, ବିପିନ ପ୍ରଧାନ, ବିଜେଡି ନେତା ସୁବାଷ ମହାରଣା, ବିଏସିଟି କଲେଜର ସମ୍ପାଦକ ଦୀପକ ରାଓଙ୍କ ସମେତ ହିଲ୍ପାଟଣା ଅଞ୍ଚଳର ବହୁ ବୃଦ୍ଧିଜୀବୀ ଉପସ୍ଥିତରହି ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ତାଙ୍କର ଶେଷକୃତ୍ୟ ନିଳକଣ୍ଠ ଶ୍ମଶାନରେ ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO