
ବ୍ରହ୍ମପୁର: ୨୦୦୪ମସିହାରୁ ଛାତ୍ର ରାଜନୀତିରେ ସକ୍ରୀୟ ରହି ନିଜକୁ ଜଣେ ସୁସଙ୍ଗଠକ ଭାବେ ଦକ୍ଷିଣାଞ୍ଚଳ ତଥା ଓଡ଼ିଶାରେ ସୁପରିଚିତ ଲାଭ କରିଥିବା ଜଣେ ଛାତ୍ର ନେତା ଜ୍ୟୋତିରଞ୍ଜନ ସାହୁଙ୍କୁ ଶୁକ୍ରବାର ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ରାଜ୍ୟର ୬ଟି ଜୋନ୍ ସଭାପତିଙ୍କ ମଧ୍ୟରେ ଦକ୍ଷିଣାଞ୍ଚଳ ଗଞ୍ଜାମର ଜୋନ୍ ସଭାପତି ରୂପେ ମନୋନୀତ କରିଛନ୍ତି ବୋଲି ଚାନ୍ଦବାଲି ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ(ଛାତ୍ର ବ୍ୟାପାର) ଡ. ବ୍ୟୋମକେଶ ରାୟ ଏକ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଦକ୍ଷିଣାଞ୍ଚଳର ୪ଟି ଜୋନ୍ ତଥା ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ସମେତ ବ୍ରହ୍ମପୁରର ଛାତ୍ର ନେତାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ମନୋନୀତ ହେବାପରେ ଶ୍ରୀ ସାହୁ ନିଜକୁ ଧନ୍ୟ ମନେ କରିବା ସହ ମୁଁ ଯେଉଁ ଛାତ୍ର ସମାଜ ପାଇଁ କାମ କରିଛି ତାହାର ଉପହାର ବିଜେଡି ସୁପ୍ରିମ ଦେଇଛନ୍ତି । ଏହି ନୂତନ ଦାୟୀତ୍ୱ ମୋତେ ଆଗାମୀଦିନରେ ଦଳୀୟ କାର୍ଯ୍ୟରେ ସାମିଲ୍ କରିବା ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସୁବିଧା ଅସୁବିଧାର ସମସ୍ୟା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ରହିବ ବୋଲି କହିଛନ୍ତି । ଏହାସହ ସେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ନିଜର ରାଜନୈତିକ ଗୁରୁ ତଥା ପରାମର୍ଶଦାତା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ସମେତ ଉପରକ୍ତ ୪ଜିଲ୍ଲାର ସମସ୍ତ ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ସେପଟେ ଜୋନ୍ ସଭାପତି ରୂପେ ଘୋଷଣାପରେ ବିଭିନ୍ନ ଜିଲ୍ଲାର ଛାତ୍ର ସଙ୍ଗଠକମାନେ ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO