ଭୂବନେଶ୍ୱର, କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ – ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବିଚାର ପରିବାରର ବରିଷ୍ଠ ପ୍ରଚାରକ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ପ୍ରଦେଶ ସଂଗଠନ ସମ୍ପାଦକ ତଥା ମୋ ପାଇଁ ସର୍ବଦା ପ୍ରେରଣାର ସ୍ରୋତ କୃଷ୍ଣ ଭାଇ (କୁମାର କୃଷ୍ଣଚନ୍ଦ୍ର ରାୟ)ଙ୍କ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବରେ ଦୁଃଖିତ ଓ ଗଭୀର ମର୍ମାହତ ।ତାଙ୍କ ମାର୍ଗଦର୍ଶନରେ ପାଇଥିବା ଶିକ୍ଷା, ସଂସ୍କାର ଏବଂ ବିଚାର ମୋ ପାଇଁ ଚିରସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ସେ କହିଛନ୍ତି ।