ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକର ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଏହି କ୍ୟାବିନେଟ ବୈଠକରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ସୁବର୍ଣ୍ଣରେଖା ନଦୀରେ ଏକ ଉଚ୍ଚ ସ୍ତରୀୟ ସେତୁ ନିର୍ମାଣ ପ୍ରସ୍ତାବକୁ ବି ଅନୁମୋଦନ ମିଳିଛି । ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଓ ଭୋଗରାଇ ବ୍ଲକକୁ ଏହି ସେତୁ ସଂଯୋଗ କରିବ । ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପ୍ରସ୍ତାବିତ ବିଧେୟକ ମାଧ୍ୟମରେ ପଞ୍ଜିକୃତ ଟିକସଦାତା ଉପକୃତ ହେବେ । କର ପ୍ରଶାସକମାନେ ଜିଏସଟି କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ପାରିବେ ।