
ମାଲକାନଗିରି-ଏବେବି ଦୁର୍ଗମ ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ୱାସ୍ଥ୍ୟ ସେବା,ଜିଲା ସ୍ୱାସ୍ଥ୍ୟ ବିଭାଗ ତଥା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ବହୁ ଯୋଜନା ଚାଲି ଆସୁଥିଲେ ମଧ୍ଯ ଏହି ଦୁର୍ଗମ ଇଲାକାର ଲୋକଙ୍କ ପାଖରେ ପହଞ୍ଚି ପାରୁନି ଉପଯୁକ୍ତ ସଚେତନତାର ବାର୍ତ୍ତା ଓ ବିଭିନ୍ନ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ପରାମର୍ଶ, !ଏଭଳି ଏକ ବିଦାରକ ଅଭାବନିୟ ଘଟଣା ଘଟିଛି ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଦୁର୍ଗମ ପାହାଡି ଉପାନ୍ତ ଇଲାକା ଭାବେ ପରିଚିତ କପାତୁଟି ପଞ୍ଚାୟତ ଅନ୍ତର୍ଭୁକ୍ତ ତିଆଲୁମା ଗ୍ରାମରେ !ଏହି ଗ୍ରାମର ମାରଗେଲ ଆମୟା ଙ୍କ ପତ୍ନୀ ମାରଗେଲ ଲଛମି ଗର୍ଭବତୀ ଥିଲେ,ତାଙ୍କର ଗର୍ଭ ଜନନୀ ଯନ୍ତ୍ରଣା ଆରମ୍ଭ ହେବାରୁ ଉକ୍ତ ଅଞ୍ଚଳକୁ ରାସ୍ତା ଘାଟ ମଧ୍ଯ ନଥିଲା କେବଳ କେବଳ ଛୋଟ ଛୋଟ ଝରଣା ସହିତ ଦୁର୍ଗମ ପାହାଡି ପାଦ ଚଲା ରାସ୍ତା ! ଯେଉଁଠିକୁ ଗାଡି ଡାକିଆଣି ମେଡିକାଲ କୁ ଆଣିବା ସମ୍ଭବ ନଥିଲା ତେଣେ ଲୋକ ମାନେ ମଧ୍ଯ ଓଡ଼ିଆ କଥା ବୁଝନ୍ତି ନାହିଁ ଦୋରା ତେଲୁଗୁ ଭାଷା କଥାବାର୍ତ୍ତା କରିଥାନ୍ତି, !ବଡ କଷ୍ଟରେ ଗ୍ରାମର ଲୋକ ମୋବାଇଲ ଟାୱାର କୁ ଆସି ଆମ୍ବୁଲାନ୍ସ କୁଫୋନ ଲଗାଇ ଡାକିଥିଲେ ମଧ୍ଯ ରାସ୍ତା ନଥିବାରୁ ଉକ୍ତ ସ୍ଥାନରେ ଆମ୍ବୁଲାନ୍ସ ଯାଇ ନପାରି କପାତୁଟି ରେ ଜଗି ରହିଥିଲା ! ଅଧିକରୁ ଅଧିକ ଗର୍ଭ ଯନ୍ତ୍ରଣା ବଢ଼ିବାରେ ଲାଗିଥିବାରୁ ପରିବାର ଲୋକେ ଓ ପଡୋଶୀ ନିରୁପାୟ ହୋଇ ଏହି ପରିସ୍ଥିତି ରେ ତିଆଲୁମାମୁଡି ରୁ ବେଡ଼ସିଟ ରେ ଭାର କରି ତିନୋଟି ଗ୍ରାମ ପେଡାଲାଙ୍କା, ମାରିଗୁଡା ଓ ଗମେଣ୍ଟଗୁଡା ଗ୍ରାମ ଦେଇ 4 କିଲୋମିଟର ଗର୍ଭବତୀ ମହିଳା ଙ୍କୁ ଭାରରେ ବୋହି କପାତୁଟି ଆଣିଥିଲେ !ସେଠାରୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାପୁ ଲୁର ପେଟାଲ ମେଡିକାଲ କୁ ଯାଇଥିଲେ ଗର୍ଭବତୀ ମହିଳା ଗୁରୁତର ଥିବାରୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଲୟ କୁ ଆଣିଥିଲେ ସେଠି ପିଲାଟିକୁ ପ୍ରଶବ କରାଯାଇଥିଲା ମାଆ ଟି ବଞ୍ଚି ଯାଇଥିବାବେଳେ ପିଲାଟି ଦୁନିଆ ଦେଖିବା ଆଗରୁ ମରିଯାଇଥିଲା. !ଏଭଳି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା, ସ୍ୱାସ୍ଥ୍ୟ ସଚେତନତା ଓ ପରାମର୍ଶ ଅଭାବରୁ ବହୁ ବାର ଦୁର୍ଗମ ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି ଜନନୀ ଯନ୍ତ୍ରଣା.!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO