
ମାଲକାନଗିରି– ଆଦିବାୀ ବହୁଳ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ପଣସପୁଟ ଠାରେ ରେ ପଣଷପୁଟ, ଯନ୍ତ୍ରୀ, ଅଣ୍ଡିରାପାଲି, ଗାଜଲମାମୁଡି, ଯୋଡ଼ାମ୍ବ ଓନାକାମାମୁଡି ଏହି ୬ଟିଗ୍ରାମ ପଞ୍ଚାୟତ ର ଶତାଧିକ ଆଦିବାସୀ ପୁରୁଷଓ ମହିଳା ସ୍ୱାଭିମାନଅଞ୍ଚଳରେ କରୋନା ମହାମାରୀ ସମୟରେ ଉପୁଜୁଥିବା ସମସ୍ୟା କୁ ନେଇ ଏକ ପ୍ରଜାମେଳି କରିବାସହ ୯ ଦଫା ସମ୍ବଳିତ ଦାବି ପତ୍ର ମାଲକାନଗିରି ଜିଲାପାଳ ଉଦେଶ୍ୟରେ ଚିତ୍ରକୋଣ୍ଡା ବିଡ଼ିଓ ଙ୍କୁ ପ୍ରଦାନ କରିଛନ୍ତି !,ହାତରେ ବ୍ୟାନର, ପୋଷ୍ଟର ଧରି ପ୍ରତିବାଦ ଜଣାଇଥିଲେ ! କରୋନା ସମୟରେ ସ୍ୱାଭିମାନ ଅଞ୍ଚଳ ରେ ହଜାର ହଜାର ଆଦିବାସୀ ନିଜର ଜୀବନ ଜୀବିକା ହରାଇ ଘରେ ରହିଛନ୍ତି ,ସେମାନଙ୍କର ଥଇଥାନ ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ପତ୍ରରେ ଉଲେଖ କରିଛନ୍ତି,! ,୯ ଗୋଟି ଦାବି ଗୁଡିକ ମଧ୍ୟରେ ପ୍ରତେକ ପଞ୍ଚାୟତ ରେ ପିଏଚଏସ ମେଡିକାଲ ଓ ଭେଣ୍ଟିଲେଟର ଓ ସହ ଏମବିବିଏସ ଡାକ୍ତର ଦିଆଯାଉ, ଏମଜିଏନଆରଇଜିଏ ଯୋଜନାରେ ପ୍ରତେକ ଲୋକଙ୍କୁ ଦୁଇ ଶହ ଦିନ ହିସାବରେ କାମ ଯୋଗାଇ ଦିଆଯାଉ, ବ୍ୟାଙ୍କ ନଥିବାରୁ ସପ୍ତାହକୁ ସପ୍ତାହ କ୍ୟାସ ପେମେଣ୍ଟ ଦିଆଯାଉ, ସ୍ୱାଭିମାନ ଅଞ୍ଚଳରେ ଲୋକେ ବ୍ୟାଙ୍କ ତଥା ଲ୍ୟାମ୍ପ ରୁଆଣିଥିବା ଋଣକୁ ଛାଡ କରାଯାଉ, ବିକଳାଙ୍ଗ ଓ ବିଧବାଭତା ମାସିକ ଦେବାର ସୁବିଧା କରାଯାଉ, କରୋନା ସମୟରେ ସମସ୍ତେ କାମ ବନ୍ଦ ଥାଇ ବାହାରକୁ କାମ ପାଇଁ ଯାଇ ପାରୁ ନଥିବାରୁ ଦିନ ମଜୁରୀ ଭାବରେ ଦୈନିକ ୫00/-ଲେଖାଏଁ ଦିଆଯାଉ ,ସ୍ୱାଭିମାନଅଞ୍ଚଳ ରେ କାର୍ଯ୍ୟରତ ସମସ୍ତ ସରକାରୀ ବେସରକାରୀ କର୍ମଚାରୀ ଙ୍କୁ ଦରମା ଦିଆଯାଉ ଓ ପ୍ରତେକ ପଞ୍ଚାୟତରେ ବେକାର ଯୁବକ ଯୁବତୀ ମାନକୁକର୍ମ ନିଯୁକ୍ତି ଦିଆଯାଉ, ସ୍କୁଲ, ପିଅନ, ଅଙ୍ଗନବାଡି, ଆଶା, ଏଏନଏମ, ଜିଆରଏସ, ସୋସିଆଲ ୱାର୍କର, ଶିକ୍ଷକ ଓ ଡାକ୍ତର ଏହି ସମସ୍ତଙ୍କୁ ଏବଂ ଜଣକ ମୁଣ୍ଡ ପିଛା ଚାଉଳ ଦଶ କେଜି, ଦୁଇ କେଜି ଡାଲି, ଏକ କେଜି ପିଆଜ, ଆଳୁ ଏକ କେଜି, ରସୁଣ ଏକ କେଜି, ତେଲ ଦୁଇ ଲିଟର, ସାବୁନ ଦୁଇଟା, ଗାଧୋଇବା ସାବୁନ ଦୁଇଟା, ସରଫ ଅଧ କେଜି ପ୍ରଶାସନ ଯୋଗାଇ ଦେବାକୁ ଉଲେଖ୍ୟ ରହିଛି !
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO