
ବାଲେଶ୍ଵର: (କୃଷ୍ଣ କୁମାର ମହାନ୍ତି) ଆଜି ଗୁରୁ ଦିବସ ଅବସରରେ ଯୁବ ଚିତ୍ରଶିଳ୍ପୀ ତଥା ଅଧ୍ୟାପକ ସଞ୍ଜୟ କୁମାର ରାଉଳ ଚକ୍ ଖଡିରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିକୃତି ଖୋଦେଇ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ମାତ୍ର ୩୦ ମିନିଟରେ ସେ ଏହି କଳାକୃତି ସମ୍ପନ୍ନ କରିଥିବା ବେଳେ ଏଥିପାଇଁ ସେ ଚକଖଡିକୁ ମିଡିୟମ୍ ଭାବେ ନେଇଛନ୍ତି। ଦୁଇ ତିନି ଇଞ୍ଚର ଏକ କ୍ଷୁଦ୍ର ଚକଖଡି ଦେହରେ ଏକ ନିଡିଲ୍ ସାହାଯ୍ୟରେ ସର୍ବପଲ୍ଲୀଙ୍କ ପ୍ରତିକୃତି ଖୋଦେଇ କରିବାରେ ସେ ବେଶ୍ ନିପୁଣ। ଏଥିରେ ଯଦିଓ ଆଖି ଉପରେ ଅତ୍ୟଧିକ ଚାପ ପଡିଥାଏ, କିନ୍ତୁ ସଞ୍ଜୟ ଏ ଦିଗରେ ବେଶ୍ ସଫଳତା ଅର୍ଜନ କରିଛନ୍ତି। ପୂର୍ବରୁ ମଧ୍ୟ ସଞ୍ଜୟ ଉତ୍କଳ ଦିବସ ଅବସରରେ ୬ ବରପୁତ୍ରଙ୍କ ଚକ୍ ଖଡିରେ ପ୍ରତିକୃତି ଖୋଦେଇ କରି ଚର୍ଚ୍ଚାକୁ ଆସିଥିଲେ। ସଂପ୍ରତି ସେ ଭାସ୍କର୍ଯ୍ୟ କଳାରେ ସ୍ନାତକୋତ୍ତର ଶେଷ କରି ବାଲେଶ୍ଵର ଆର୍ଟ କଲେଜରେ ଗେଷ୍ଟ୍ ଫାକଲଟି ଭାବେ କାର୍ଯ୍ୟରତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO