
କୋରନା କୁ ନେଇ ଗଞ୍ଜାମ ଜିଲ୍ଲା ରାଜ୍ୟରେ ଏକ ନମ୍ବର ରେ ଥିବା ବେଳେ ଏବେ ପ୍ରଶାସନ,ସ୍ୱାସ୍ଥ୍ୟକର୍ମୀ ଓ ଜନ ପ୍ରତିନିଧି ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଆଜି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସି ମାତ୍ର ୯୭ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଭଞ୍ଜନଗର ଉପଖଣ୍ଡରେ ଥିବା ସମସ୍ତ ୮ଟି ବ୍ଲକ ଗସ୍ତ କରି କୋରନା ମୁକ୍ତ ଭଞ୍ଜନଗର ଗଢିବାକୁ ପରାମର୍ଶ ଦେଇଛନ୍ତି।ଯେତେଦିନ ପର୍ଯ୍ୟନ୍ତ କୋରନା ର କୌଣସି ଔଷଧ ବାହାରି ନାହିଁ ସେତେଦିନ ପର୍ଯ୍ୟନ୍ତ ଆମକୁ ପର୍ବ ପର୍ବାଣୀ,ସଭା ସମିତି ଓ ବିଭିନ୍ନ ଉତ୍ସବ ପାଳନ କରିବା ଉପରେ ସତର୍କ ରହିବାକୁ ପଡିବ।ଭିଡ଼ ଯୋଗୁଁ କୋରନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ କୁ ଆଜି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।ଦୋକାନୀ ମାନେ ମଧ୍ୟ ସାମାଜିକ ଦୂରତା, ମାସ୍କ ବ୍ୟବହାର, ବ୍ୟାରିକେଡ ନିର୍ମାଣ ପରି ୫ସୂତ୍ର ପାଳନ କରିବା ସହ ଆମେ ଯଦି ନିୟମ ନ ମାନିବା ତାହେଲେ କୋରନା ପୁଣି ଫେରିବ।ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ।ଆଜି କୋରନା ର ଶେଷ ସଭାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ,ସ୍ୱାସ୍ଥ୍ୟ କର୍ମୀ ଏବଂ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ଭଞ୍ଜନଗର ରୁ ଜେ.କେ ପଟ୍ଟନାୟକଙ୍କ ରିପୋର୍ଟ…
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO