
ମାତ୍ର ୩୦ ମିନିଟରେ ସେ ଏହି କଳାକୃତି ସମ୍ପନ୍ନ କରିଥିବା ବେଳେ ଏଥିପାଇଁ ସେ ଚକଖଡିକୁ ମିଡିୟମ୍ ଭାବେ ନେଇଛନ୍ତି। ଦୁଇ ତିନି ଇଞ୍ଚର ଏକ କ୍ଷୁଦ୍ର ଚକଖଡି ଦେହରେ ଏକ ନିଡିଲ୍ ସାହାଯ୍ୟରେ ସର୍ବପଲ୍ଲୀଙ୍କ ପ୍ରତିକୃତି ଖୋଦେଇ କରିବାରେ ସେ ବେଶ୍ ନିପୁଣ। ଏଥିରେ ଯଦିଓ ଆଖି ଉପରେ ଅତ୍ୟଧିକ ଚାପ ପଡିଥାଏ, କିନ୍ତୁ ସଞ୍ଜୟ ଏ ଦିଗରେ ବେଶ୍ ସଫଳତା ଅର୍ଜନ କରିଛନ୍ତି। ପୂର୍ବରୁ ମଧ୍ୟ ସଞ୍ଜୟ ଉତ୍କଳ ଦିବସ ଅବସରରେ ୬ ବରପୁତ୍ରଙ୍କ ଚକ୍ ଖଡିରେ ପ୍ରତିକୃତି ଖୋଦେଇ କରି ଚର୍ଚ୍ଚାକୁ ଆସିଥିଲେ। ସଂପ୍ରତି ସେ ଭାସ୍କର୍ଯ୍ୟ କଳାରେ ସ୍ନାତକୋତ୍ତର ଶେଷ କରି ବାଲେଶ୍ଵର ଆର୍ଟ କଲେଜରେ ଗେଷ୍ଟ୍ ଫାକଲଟି ଭାବେ କାର୍ଯ୍ୟରତ।