
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୁରୀଜିଲ୍ଲା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମପଞ୍ଚାୟତର ନୂଆସାହି ଅଞ୍ଚଳ ସମ୍ପୂର୍ଣ୍ଣ ପାଣି ଘେରି ହୋଇ ରହିଛି |ନୂଆସାହିରେ ବସବାସ କରୁଥିବା ୫0ରୁ ୬0 ଟି ପରିବାର ଏବେ ବାହ୍ୟଜଗତରୁ ବିଛିନ୍ନ ଥିବାବେଳେ ପ୍ରଶାସନ ତରଫରୁ କୌଣସି ସହାୟତା ମିଳିନାହିଁ |ଆଜି ସକାଳ ପରଠାରୁ ହଠାତ ପାଣି ମାଡି ଆସିବାରୁ ସମ୍ପୂର୍ଣ୍ଣ ଭାବେ ନୂଆସାହି ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଗମନା ଗମନରେ ବାଧା ସୃଷ୍ଟି ହୋଇଛି |ସେହି ସ୍ଥାନରେ ୬-୭ ଫୁଟ ଉଚ୍ଚର ବନ୍ୟା ଜଳ ଥିବାରୁ ସମସ୍ତ ଅଞ୍ଚଳ ବୁଡି ଯାଇଛି ଫଳରେ ସ୍ଥଳ ଭାଗରେ ବସବାସ କରୁଥିବା ବିଷଧର ଜନ୍ତୁ ବା ସରୀସୃପ ମାନଙ୍କର ଭୟ ବଢ଼ିବାରେ ଲାଗିଛି |ଖୁସିର କଥା ପ୍ରଶାସନ ତରଫରୁ ସେ ଅଞ୍ଚଳରୁ କରେଣ୍ଟ କଟା ଯାଇନାହିଁ ହେଲେ ଫନି ବାତ୍ୟା ପରଠାରୁ ନୂଆସାହି ଅଞ୍ଚଳରେ ଲାଗିଥିବା ଷ୍ଟ୍ରୀଟଲାଇଟ ଏବେ ପର୍ଯ୍ୟନ୍ତ ଠିକ କରାଯାଇନାହିଁ |ଜିଲ୍ଲା ପ୍ରଶାସନ ତରଫରୁ ଯଥାଶୀଘ୍ର ଷ୍ଟ୍ରୀଟଲାଇଟ ର ମରାମତି କରାଯିବା ସହିତ ଗମନା ଗମନର ବ୍ୟବସ୍ଥା କରାଯାଉ ଏବଂ ତୁରନ୍ତ କ୍ଷତିଗ୍ରସ୍ତ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବୀ ହୋଇଛି |ସମାଜସେବୀ ବିଭୁଦତ୍ତ ରାୟ ଏହି ସୂଚନା ପ୍ରଦାନ କରିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO