
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ରାଜ୍ୟ ସରକାରଙ୍କ ପୁରୀର ବଗଲା ଧର୍ମଶାଳା ବିକ୍ରି ବିରୁଦ୍ଧରେ ବିଜପି ପକ୍ଷରୁ ଏକ ଡିଜିଟାଲ ଦସ୍ତଖତ ଅଭିଯାନର ଉନ୍ମୋଚନ କରିଛନ୍ତି| ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ସାଧାରଣ ତୀର୍ଥଯାତ୍ରୀ ଙ୍କ ପାଇଁ ନାମ ମାତ୍ର ମୂଲ୍ୟରେ ରହିବାର ସୁବିଧା ତଥା ସାଧାରଣ ଲୋକଙ୍କର ସ୍ୱଳ୍ପ ପଇସାରେ ବାହାଘର, ବ୍ରତଘର, ସଭା ସମିତି,ପ୍ରବଚନ ହେଉଥିବା ବଗଲା ଧର୍ମ ଶାଳା ବିକ୍ରି ବିରୁଦ୍ଧରେ ବିଜେପି ଆନ୍ଦୋଳନ କୁ ଆଉ ପାଦେ ଆଗକୁ ନେଇଛି।ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀ ତଥା ଓଡ଼ିଆ ମାନେ ଏହି ପିଟିସନରେ ଦସ୍ତଖତ ମାଧ୍ୟମରେ ସାମିଲ ହେବାର ଯୋଜନା ରାଜ୍ୟ ବିଜେପି କରିଛି।ସାରା ଓଡ଼ିଶାରେ ଯେଉଁଠି ଜଗନ୍ନାଥ ମନ୍ଦିର ଅଛି ସେଠି ବଗଲା ବିକ୍ରି ବିରୁଦ୍ଧରେ ଆନ୍ଦୋଳନ କରାଯିବ।ଖଣି,ଜଙ୍ଗଲ ଜମି ବିକିବା ପରେ ଏବେ ଧାର୍ମିକ ସ୍ଥଳରେ ଧର୍ମ ଶାଳା ବିକ୍ରି କୁ ଓଡ଼ିଆ ମାନେ ସହ୍ୟ କରିବେ ନାହିଁ।
ଏହି ସଭାକୁ ସଂଜୋଯନା କରିଥିଲେ ରାଜ୍ୟ ସାଧାରଣ ସଂପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ।ଉଦଘାଟକ ଭାବରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୋଗଦେଇ କହିଥିଲେ ବିକ୍ରି ହୋଇଥିବା ଜମି ର କବଲା ରଦ୍ଦ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ।ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ର, ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ, ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା,ଜିଲ୍ଲା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ,ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ,କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଓ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ କୃଷ୍ଣ ଜଗଦ୍ଦେବ, ଓମପ୍ରକାଶ ମିଶ୍ର ,ରମାରଂଜନ ବଳିଆରସିଂ,ପ୍ରଭଞ୍ଜନ ମହାପାତ୍ର,ଶଙ୍କର ପରିଡା,ଚଣ୍ଡୀ ପ୍ରସାଦ ସିଂ,ଜ୍ୟୋତି ମହାପାତ୍ର, ଜୟନ୍ତ ଦାସ,ଭବାନୀ ପ୍ରସାଦ ଦାସ ମହାପାତ୍ର, ସଂଜୀବ ମୁଖାର୍ଜୀ, ମନୋରଂଜନ ପ୍ରଧାନ, ରାଜକିଶୋର ରାଉତ,ଉମାନାୟକ,ଅକ୍ଷୟ ମହାନ୍ତି, ସୈ।ମ୍ୟା ମିଶ୍ର ,ଚିତ୍ତ ରଂଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO