
ବ୍ରହ୍ମପୁର: ଜେଇଇ ଓ ନିଟ୍ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ପରୀକ୍ଷା କେନ୍ଦ୍ର ନିକଟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ିଶା ମୋ ପରିବାର ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ପାଣିବୋତଲ, ବିସ୍କୁଟ, ସାନିଟାଇଜର କିଟ୍ ପ୍ରଦାନ କରାଯାଇଛି । ଭିଗ୍ନାନ, ରୋନାଲ୍ଡ, ଖଲ୍ଲିକୋଟ କଲେଜ ଓ ବ୍ରହ୍ମପୁର ଆଇଟିଆଇ କଲେଜ ସମ୍ମୁଖରେ ଓଡ଼ିଶା ମୋ ପରିବାରର ସଦସ୍ୟମାନେ ସ୍ୱତନ୍ତ୍ର ଷ୍ଟଲ୍କରି ପରୀକ୍ଷାର୍ଥୀଙ୍କୁ କିଟ୍ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ପରିବାରର ସଦସ୍ୟ ଅସିତ ସାବତ, ଜ୍ୟୋତିରଞ୍ଜନ ସାହୁ, ଏମ୍.ଡି ଫାୟଜ୍ ଖାନ୍, ତାପସ ସାହୁ, ପ୍ରକାଶ ବିଷୋୟୀ, ଅଜିତ ପଣ୍ଡା, ସିଲୁ ସାବତ, ବିଜୟ ସାମଲ, ସୋନାଲି ଗନ୍ତାୟତ, ସସ୍ମିତା ସାହୁ, ନେତାଜୀ ପାତ୍ର, ସୂର୍ଯ୍ୟକାନ୍ତ ସୁବୁଦ୍ଧିଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତରହି ପରୀକ୍ଷାର୍ଥୀଙ୍କୁ କିଟ୍ ପ୍ରଦାନ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO