

Related Stories
April 29, 2025
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୁରୀଜିଲ୍ଲା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମପଞ୍ଚାୟତର ନୂଆସାହି ଅଞ୍ଚଳ ସମ୍ପୂର୍ଣ୍ଣ ପାଣି ଘେରି ହୋଇ ରହିଛି |ନୂଆସାହିରେ ବସବାସ କରୁଥିବା ୫0ରୁ ୬0 ଟି ପରିବାର ଏବେ ବାହ୍ୟଜଗତରୁ ବିଛିନ୍ନ ଥିବାବେଳେ ପ୍ରଶାସନ ତରଫରୁ କୌଣସି ସହାୟତା ମିଳିନାହିଁ |ଆଜି ସକାଳ ପରଠାରୁ ହଠାତ ପାଣି ମାଡି ଆସିବାରୁ ସମ୍ପୂର୍ଣ୍ଣ ଭାବେ ନୂଆସାହି ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଗମନା ଗମନରେ ବାଧା ସୃଷ୍ଟି ହୋଇଛି |ସେହି ସ୍ଥାନରେ ୬-୭ ଫୁଟ ଉଚ୍ଚର ବନ୍ୟା ଜଳ ଥିବାରୁ ସମସ୍ତ ଅଞ୍ଚଳ ବୁଡି ଯାଇଛି ଫଳରେ ସ୍ଥଳ ଭାଗରେ ବସବାସ କରୁଥିବା ବିଷଧର ଜନ୍ତୁ ବା ସରୀସୃପ ମାନଙ୍କର ଭୟ ବଢ଼ିବାରେ ଲାଗିଛି |ଖୁସିର କଥା ପ୍ରଶାସନ ତରଫରୁ ସେ ଅଞ୍ଚଳରୁ କରେଣ୍ଟ କଟା ଯାଇନାହିଁ ହେଲେ ଫନି ବାତ୍ୟା ପରଠାରୁ ନୂଆସାହି ଅଞ୍ଚଳରେ ଲାଗିଥିବା ଷ୍ଟ୍ରୀଟଲାଇଟ ଏବେ ପର୍ଯ୍ୟନ୍ତ ଠିକ କରାଯାଇନାହିଁ |ଜିଲ୍ଲା ପ୍ରଶାସନ ତରଫରୁ ଯଥାଶୀଘ୍ର ଷ୍ଟ୍ରୀଟଲାଇଟ ର ମରାମତି କରାଯିବା ସହିତ ଗମନା ଗମନର ବ୍ୟବସ୍ଥା କରାଯାଉ ଏବଂ ତୁରନ୍ତ କ୍ଷତିଗ୍ରସ୍ତ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବୀ ହୋଇଛି |ସମାଜସେବୀ ବିଭୁଦତ୍ତ ରାୟ ଏହି ସୂଚନା ପ୍ରଦାନ କରିଛନ୍ତି |