
ବ୍ରହ୍ମପୁର: ଓପିଟିସିଏଲ୍ କର୍ମଚାରୀମାନେ ପଦୋନ୍ନତି, ବରିଷ୍ଠତା ତାଲିକାରେ ସଂଶୋଧନ, ସର୍ଭିସ ରେଗୁଲେସନ ବାବଦରେ ତୁରନ୍ତ ପଦକ୍ଷେପ ନେବା ଦାବିରେ କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରିଥିଲେ । ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରିବେ । ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ସମସ୍ତ ବିଦ୍ୟୁତ୍ ପରିବେଷଣ ସଂସ୍ଥା ଓ ବିଦ୍ୟୁତ୍ ଉତ୍ପାଦନ ସଂସ୍ଥା ବିଦ୍ୟୁତ୍ କର୍ମଚାରୀଙ୍କୁ ପଦୋନ୍ନତି ଦେଉଥିବା ବେଳେ ଓପିଟିସିଏଲ୍ କର୍ତ୍ତୃପକ୍ଷ ଆଇଟିଆଇ ତାଲିମପ୍ରାପ୍ତ କୁଶଳୀ କର୍ମଚାରୀଙ୍କୁ ବର୍ଷ ବର୍ଷ ଧରି ଅର୍ଦ୍ଧକୁଶଳୀ ଶ୍ରେଣୀର କାର୍ଯ୍ୟ କରାଇ ଆସୁଛନ୍ତି । ଏ ସମ୍ପର୍କରେ ସଂଘ ପକ୍ଷରୁ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ । ତେଣୁ ଉପରୋକ୍ତ ସମସ୍ତ ଦାବି ଉପରେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେଲେ କର୍ମଚାରୀମାନେ ଆନ୍ଦୋଳନାତ୍ମକ ପନ୍ଥା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏଥିପାଇଁ ଯଦି ଉପଭୋକ୍ତାମାନେ କୌଣସି ଅସୁବିଧାର ସମ୍ମୁଖିନ ହୁଅନ୍ତି ତେବେ ଓପିଟିସିଏଲ୍ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ସଂଘର କାର୍ଯ୍ୟକାରୀ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ଭୋଇ, ସଙ୍ଗଠନ ସମ୍ପାଦକ ବିସ୍ମୟ ହୋତା ଏବଂ ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡା ଏକ ବିବୃତିରେ ଚେତାବନୀ ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO