ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବୁଧବାର ୧୯୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୩୮ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ବୁଧବାର ୪୫ବର୍ଷୀୟ ଯୁବକ ଓ ୭୫ବର୍ଷିୟ ଜଣେ ବୃଦ୍ଧ ମୋଟ ୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୩ରେ ପହଁଚିଛି । ଜିଲ୍ଳାରୁ ବୁଧବାର ୧୯୬ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୪ଜଣ କୋଭିଡ୍ ଯୋଦ୍ଧା ରହିଥିବା ବେଳେ ୧୮୨ଜଣ ସ୍ଥାନୀୟ ସଂକ୍ରମଣ । ୧୪କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ବିଏମ୍ସିରୁ ୨, ଭଞ୍ଜନଗର ୧, ଛତ୍ରପୁର ୧, ଧରାକୋଟ ୧, ଗଞ୍ଜାମ ୧, ହିଞ୍ଜିଳିକାଟୁ ୩, ଜଗନ୍ନାଥପ୍ରସାଦ ୧, ଖଲ୍ଲିକୋଟ ୩, ପୁରୁଷୋତ୍ତମପୁର ବ୍ଲକ୍ରୁ ଜଣେ ରହିଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୬, ବେଗୁନିଆପଡା ୨, ବେଲଗୁଣ୍ଠା ୩, ବିଏମ୍ସି ୩୦, ଭଞ୍ଜନଗର ୭, ବୁଗୁଡା ୪, ଛତ୍ରପୁର ୧୬, ଚିକିଟି ୪, ଧରାକୋଟ ୧୧, ଦିଗପହଣ୍ଡି ୩, ଗଞ୍ଜାମ ୧୧, ହିଞ୍ଜିଳିକାଟୁ ୪, ଜଗନ୍ନାଥପ୍ରସାଦ ୧୦, କବିସୂର୍ଯ୍ୟନଗର ୫, ଖଲ୍ଲିକୋଟ ୧୦, କୁକୁଡାଖଣ୍ଡି ୧୩, ପାତ୍ରପୁର ୧୧, ପୋଲସରା ୨, ପୁରୁଷୋତ୍ତମପୁର ୨, ରଙ୍ଗେଇଲୁଣ୍ଡା ୧୩, ସାନଖେମୁଣ୍ଡି ୨, ଶେରଗଡ ୩, ସୋରଡା ବ୍ଲକ୍ରୁ ୧୦ଜଣ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୬୯୩୬ରେ ପହଞ୍ôଚଥିବା ବେଳେ ୧୮୩ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୪୯୪୭ରେ ପହଂଚିଛି । ଜିଲ୍ଲାରେ ଏବେ ୧୫୬୦ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Related Stories
May 2, 2024