
ବ୍ରହ୍ମପୁର: ଆମ୍ବପୁଆସ୍ଥିତ ଶ୍ରୀ ସାରସ୍ୱତ ଆଶ୍ରମରେ ରାଧା ଅଷ୍ଟମୀ ମହୋତ୍ସବ ଆଧ୍ୟାତ୍ମିକ ପରିବେଶରେ କରୋନା କଟକଣାକୁ ଦୃଷ୍ଟିରେ ରଖି ପାଳିତ ହୋଇଯାଇଛି । ପ୍ରତିଷ୍ଠାତା ଆଚାର୍ଯ୍ୟଦେବ ଓମ୍ ବିଷ୍ଣୁପାଦ ୧୦୮ ଶ୍ରୀ ଶ୍ରୀମଦ ଭକ୍ତି ଗୌରବ ବୈଖାନାସ ଗୋସ୍ୱାମୀ ମହାରାଜ ଓ ବର୍ତ୍ତମାନ ଅଧ୍ୟକ୍ଷ ତ୍ରିଦଣ୍ଡି ସ୍ୱାମୀ ଶ୍ରୀମଦ୍ ଭକ୍ତି କୁଙ୍କୁମ ଆଶ୍ରମ ଗୋସ୍ୱାମୀଙ୍କ ତତ୍ତ୍ୱାବଧାନ ଏବଂ ଶୁଭ ଉପସ୍ଥିତିରେ ଶ୍ରୀମତୀ ରାଧାରାଣୀଙ୍କ ମହାଭିଷେକ, ପୁଷ୍ପ, ତୁଳସୀ ଅର୍ଚ୍ଚନ, ଶ୍ରୀମତୀ ରାଧାରାଣୀଙ୍କ ଜନ୍ମ ଉତ୍ସବ କଥା ଏବଂ ଭଜନ କୀର୍ତ୍ତନ ସହିତ ମା’ଙ୍କୁ ଛପନ ଭୋଗ ସମର୍ପଣ କରାଯାଇଥିଲା । ଏହି ମହୋତ୍ସବର କର୍ତ୍ତା ଭାବରେ ଇ.ଡିଲେଶୁ ରେଡ୍ଡୀ ସମସ୍ତ କାର୍ଯ୍ୟ ଗ୍ରହଣ କରିଥିଲେ । ଶେଷରେ ଶ୍ରୀ ରାଧାଣୀଙ୍କର ୧୦୮ ଆରତୀ କରାଯାଇଥିଲା । ଆଶ୍ରମର ପରିଚାଳକ ତ୍ରିଦଣ୍ଡି ସ୍ୱାମୀ ଭକ୍ତି କୁସୁମ ଶାନ୍ତ ମହାରାଜ ଏବଂ ଆଶ୍ରମସ୍ତ ସମସ୍ତ ବ୍ରହ୍ମଚାରୀମାନଙ୍କ ଦ୍ୱାରା ପୂଜାକାର୍ଯ୍ୟ ସମାପାନ ହୋଇଥିଲା । ସେହିପରି ଗଉଞ୍ଜୁସ୍ଥିତ ସାରସ୍ୱତ ଆଶ୍ରମରେ ମଧ୍ୟ ରାଧା ଅଷ୍ଟମୀର ମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମ କରୋନା ମହାମାରୀ ଯୋଗୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯରାୟୀ ସାମାଜିକ ଦୂରତା ରକ୍ଷାକରି ସୁଚାରୁ ରୂପେ ସମାପନ କରାଯାଇଥିଲା । ରାଧାରାଣୀଙ୍କ ଅତି ପ୍ରିୟ ଖାଦ୍ୟ ପ୍ରସ୍ତୁତକରି ୫୬ ପ୍ରକାର ଭୋଗ ଅର୍ପଣ କରାଯାଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO