
ବ୍ରହ୍ମପୁର: ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବୃକ୍ଷ ହିଁ ଜୀବନ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଏହାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ବୁଧବାର ବ୍ରହ୍ମପୁର ଗେଟ୍ ବଜାର ମଣ୍ଡଳସ୍ଥିତ ମୁକ୍ତେଶ୍ୱର ମନ୍ଦିର ନିକଟରେ ମଣ୍ଡଳ ସଭାପତି ଏସ୍.ଶ୍ରୀନିବାସ ଓ ଏସ୍.ରାଣୀଙ୍କ ତତ୍ତ୍ୱାବଧାନରେ ଚାରା ବଣ୍ଟନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ଜନସାଧରଣଙ୍କୁ ୫୦୦ରୁ ଊର୍ଦ୍ଧ୍ୱ ଔଷଧିୟ ବୃକ୍ଷ ଯଥା ଅଁଳା, ବେଲ, ତୁୂଳସୀ, ନିମ୍ବ, ଡାଳିମ୍ବ ଆଦି ବିଭିନ୍ନ କିସମର ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଓ ବରିଷ୍ଠ ବିଜେପି ନେତା କାହ୍ନୁଚରଣ ପତି ଯୋଗଦେଇ ଏହାର ଶୁଭାରମ୍ଭ କରିଥିବା ବେଳେ ସ୍ଥାନୀୟ ନେତା ପ୍ରଭାତ ଷଢ଼ଙ୍ଗୀ, ଭି.ସତିଶ, ମଦନମୋହନ ପାତ୍ର, ଶରତ ମହାରଣା, ଏମ୍.ରବି, ଡ.ସୁବାଷ ସାହୁ, ଏ.ଶ୍ରୀଧର, ସଞ୍ଜୟ ବେହେରା, ଭି.ଭୁଦେବୀ, କୁନି ଦାସ, ନିତି ବେହେରା, ବିନୋଦିନୀ ବସନ୍ତିଆ, ବେବି ରାଉଳ, ସୁଷମା ମଲ୍ଲ, ନମିତା ନାୟକ, କିରଣ କୁମାର ସାହୁ, କମଳ ପାତ୍ର, ମନୋଜ ମହାରଣା, ସନ୍ତୋଷ ପାତ୍ର, ଶିବ ପ୍ରସାଦ ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO