
ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେ ଆଜି ଦୋକାନ ବନ୍ଦ କରିବା ନେଇ ଦ୍ଵନ୍ଦ ସୃଷ୍ଟି ହେଉଛି।ଗଞ୍ଜାମ ଜିଲାପାଳ ନିର୍ଦ୍ଧେଶ ଅନୁଯାଇ ଆଜି ୨୪ ତାରିଖ ଠାରୁ ସକାଳ ୫ ଟା ଠାରୁ ରାତ୍ର ୮ ଟା ଯାଏ ଦୋକାନ ଖୋଲିବା କହିଥିଲେ, ତେଣୁ ବ୍ୟବସାୟୀ ମାନେ ଦୋକାନ ଖୋଲି ଥିଲେ। କିନ୍ତୁ ଅତିରିକ୍ତ ତହସିଲଦାର ବଇରାଲ ମୂର୍ମୁ ଦୋକାନ ଖୋଲିବା ନେଇ ମନା କରିବାରୁ ହଟଗୋଳ ସୃଷ୍ଟି ହୋଇଥିଲା, ତେଣୁ ବହୁ ସମୟ ଧରି ବ୍ୟବସାୟୀ ମାନେ ତାଙ୍କୁ ଘେରାଉ କରି ରଖି ଥିଲେ।ପୂର୍ବ ରାତି ରୁ ପ୍ରଶାସନ ତରଫରୁ କୌଣସି ସୂଚନା ନ ଦିଆ ଯାଇ ସକାଳୁ ହଟାତ ଦୋକାନ ବନ୍ଦ କରିବା ନେଇ ଅସନ୍ତୋଷ ଦେଖା ଯାଇଥିଲା।ଗଂଜାମ ଜିଲ୍ଲାର ନିୟମ ଜଗନ୍ନାଥ ପ୍ରସାଦ ରେ କଣ ପାଇଁ ଲାଗୁ ହେବ ନାହିଁ ବୋଲି ବ୍ୟବସାୟୀ ମାନେ କହିଥିଲେ।
ଦୋକାନ ବନ୍ଦ ପାଇଁ ପୂର୍ଵ ସୂଚନା ନ ଦେଇ ଦୋକାନ ବନ୍ଦ କରିବାର ପ୍ରତିବାଦ କରିବା ସହ ଆଗାମୀ ଦିନ ରେ ରାସ୍ତା ଉପରେ ଆନ୍ଦୋଳନ ହେବ ବୋଲି ବ୍ୟବସାୟୀ ମାନେ ଚେତାବନୀ ଦେଇଛନ୍ତି। ଦୋକାନ ବନ୍ଦ ନେଇ ଜଗନ୍ନାଥ ପ୍ରସାଦ ସରପଞ୍ଚ ଙ୍କୁ ପଚାରିବାରୁ ସେ କହିଲେ ତାଙ୍କୁ କିଛି ଲିଖିତ ମିଳିନାହିଁ।କିନ୍ତୁ ତାଙ୍କ ମତରେ ଦୁଇ ଦିନ ଖୋଲା ଯାଉ,ତାପରେ ପୁଣି ବନ୍ଦ କରା ଯାଉ ବୋଲି କହିଥିଲେ।
ସେହିପରି କାଦୁଆ ରେ ମଧ୍ୟ ବ୍ୟବସାୟୀ ମନେ ତଳ ଦିନେ ଦୋକାନ ଖୋଲିବା ଓ ଜୋରିମାନା ଆଦାୟ କରିବା କୁ ନେଇ ଅତିରିକ୍ତ ତହସିଲଦାର ବୈରାଲ ମୁର୍ମୁ କୁ ଘେରାଉ କରିଥିଲେ।
କୋରନା ମହମାରି ବିପତି ଠାରୁ ପ୍ରଶାସନ ର କାର୍ଯ୍ୟ କଳାପ ଅଧିକା ବିପଦ ବୋଲି ସଧାରଣ ରେ ମତ ପ୍ରକାଶ ପାଉଛି।
ଗଞ୍ଜାମ ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO