
ବେଲଗୁଣ୍ଠା-ସ୍ୱାବ୍ ସଂଗ୍ରହ ପୁର୍ବରୁ ସ୍ଥାନ ନିର୍ଦ୍ଧାରଣ କରିବା ପାଇଁ ଉଢୁରା ପଞ୍ଚାୟତ କୋକଲୁଣ୍ଡା ଯାଇଥିବା କୋଭିଡ ମୁକାବିଲା ପାଇଁ ବେଲଗୁଣ୍ଠାରେ ସ୍ୱତନ୍ତ୍ର ନିଯୁକ୍ତି ହୋଇଥିବା ଓ.ଏସ.ଡି ଓମ୍ ପ୍ରକାଶ ପରିଡା ଗ୍ରାମବାସୀଙ୍କ ଆକ୍ରୋସର ଶିକାର ହୋଇଥିଲେ ।ଏହା ସହ ତାଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଠେଲାପେଲା କରି ମୋବାଇଲ ଛଡାଇନେଇଥିଲେ ।ଆଜି ଏହି ଘଟଣାରେ ବେଲଗୁଣ୍ଠା ବ୍ଳକ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ରଙ୍କ ଏତାଲାକୁ ଭିତ୍ତି କରି କୋକଲୁଣ୍ଡା ଗ୍ରାମର ୪ ଜଣକୁ ଗିରଫ କରିଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।ମିଳିଥିବା ତଥ୍ୟ ଅନୁଯାୟୀ, ଶୁକ୍ରବାର ଦିନ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ବିଭିନ୍ନ ଗ୍ରାମକୁ ଯାଇ କୋଭିଡ ନିୟନ୍ତ୍ରଣ ତଦାରଖ କରୁଥିବା ବେଳେଉକୋକଲୁଣ୍ଡାରେ ଗୋଟିଏ ତେଜରାତି ଦୋକାନ କରୋନା କଟକଣା ନିୟମ ଅନୁସାରେ ସରକାରଙ୍କ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଦୋକାନ ଖୋଲିବା ଏବଂ ଗୁଟଖା,ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି କରୁଥିବାରୁ ଦୋକାନୀଙ୍କ ଠାରୁ ୫୦୦ ଟଙ୍କା ଜୋରିମନା ଆଦାୟ କରିବା ସହ ଗୁଟଖା ଓ ଖଇନି ପ୍ୟାକେଟ୍ ଗୁଡିକୁ ଆଣି ଫୋଫାଡି ଦେଇଥିଲେ ।ଏହାକୁ ନେଇ ଗ୍ରାମରେ ଜୋରିମନାକୁ ବିରୋଧ କରି ଅସନ୍ତୋଷ ସୃଷ୍ଟି ହୋଇଥିଲା ।ଶନିବାର ସକାଳ ୧୧.୩୦ମି ସମୟରେ ଓ.ଏସ୍.ଡି ଶ୍ରୀ ପରିଡା କୋକଲୁଣ୍ଡା ଗ୍ରାମକୁ ଯାଇ କୋଭିଡ ପରୀକ୍ଷା ପାଇଁ ସ୍ଥାନ ଚିହ୍ନଟ ପାଇଁ ତଦାରଖ କରୁଥିବା ବେଳେ ଗ୍ରାମବାସୀ ଗତକାଲିର ଜୋରିମନା ଆଦାୟ ବିଷୟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ।ଆମ ଗାଁରେ କୋଭିଡ ସମ୍ବନ୍ଧୀୟ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି କହି ସରକାରୀ କର୍ମଚାରୀଙ୍କୁ ବିରୋଧ କରିଥିଲେ ।ଏ ନେଇ ଶ୍ରୀ ପରିଡା ମୋବାଇଲ ବାହାର କରି କାହା ସହ କଥା ହେଉଥିବା ବେଳେ ଗ୍ରାମର କିଛି ଯୁବକ କାହାକୁ ଫୋନ୍ କରୁଛୁ।ବୋଲି କହି ଉତ୍ତ୍ୟକ୍ତ ହୋଇ ମୋବାଇଲ ଛଡାଇନେଇଥିଲେ ।ଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍,ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ,ତହସିଲଦାର ସରୋଜ କୁମାର ବେହେରା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ସହ ମୋବାଇଲ ଉଦ୍ଧାର କରିଥିଲେ ।କୋଭିଡ ନିୟମ ଉଲଂଘନ କରିବା ଏବଂ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧାସୃଷ୍ଟି କରିବା ନେଇ ବିଡ଼ିଓ ଶ୍ରୀ ମହାପାତ୍ର ବେଲଗୁଣ୍ଠା ଫାଣ୍ଡିରେ ଏତାଲା ଦେବା ପରେ ବେଲଗୁଣ୍ଠା ପୋଲିସ ୪୫୬/୨୦ ରେ ଏକ ମାମଲା ରୁଜ୍ଜୁ କରି କୋକଲୁଣ୍ଡାର ମୁନ୍ନା ସାମଲ (୨୬),ଟୁଲୁ ସାମଲ(୨୫),ଭାବଗ୍ରାହୀ ପ୍ରଧାନ(୨୬),ଏନ୍.ନାୟକ(୨୭)ଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO