
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ– ପୁରୀକୁ ଯାତ୍ରୀ ଓ ଧର୍ମ, କର୍ମ ନିମନ୍ତେ ଆସୁଥିବା ଲୋକଙ୍କୁ କମ ଖର୍ଚ୍ଚ ରେ ରହଣି ନିମନ୍ତେ ଯୋଗାଇବା ଲକ୍ଷରେ ୧୯0୫ ମସିହା ରେ ଦାନରେ ପାଇଥିବା ବଗଲା ଧର୍ମଶାଳା ଜମିକୁ ଜିଲ୍ଲାପାଳ ବେଆଇନି ଭାବେ ଲଜିଂ ମାଲିକଙ୍କୁ ବିକିବା ନିନ୍ଦନୀୟ| ଲଜିଂ ହାଉସ ନାଁ ରେ ଥିବା ଜମି ମୁନିସିପାଲିଟି ଅଧିନ କୁ ଆସିଲା| ଜିଲ୍ଲାପାଳ ମୁନିସିପାଲ ଆଇନ କୁ କୋଣ ଠେସା କରି ତହସିଲଦାରଙ୍କୁ ନିର୍ଦେଶ ଦେଇ ଉକ୍ତ ଜମି ରାତାରାତି ରାଜସ୍ବ ବିଭାଗ ନାଁ ରେ ହସ୍ତାନ୍ତର କରିବାର ଷଡ଼ଯନ୍ତ୍ର ଆଜି ପଦାରେ ପଡିଛି|ଧର୍ମଶାଳା ଏକ ଚାରିଟେବୁଲ ସଂସ୍ଥା|ସେ ଉସ୍ତାର୍ଗିକୃତ ଜମି କୁ ଉତ୍ତରାଧିକାରୀ ଆଇନି କିମ୍ବା ହସ୍ତାନ୍ତର ଆଇନି ବଳରେ ବ୍ୟବସାୟ ଉଦ୍ୟେଶ୍ୟ ରେ ବିକ୍ରି କରିବା ଜିଲ୍ଲାପାଳ ଙ୍କ ପରିସର ବାହାରେ|ଆଇନି ର ଶାସକ ଜିଲ୍ଲାପାଳ ନିଜେ ବେଆଇନି ଭାବେ ଜନ ସ୍ୱାର୍ଥ ମାମଲା ଥିଲା ବେଳେ ଛଅ ଜଣ ଙ୍କୁ ବଗଲା ଧର୍ମଶାଳା ଜମି କୁ ପ୍ଲଟିଙ୍ଗ କରି ବିକ୍ରୀକୁ ବିରୋଧ କରି ସି. ପି. ଆଇ (ଏମ )ପକ୍ଷରୁ ଆଜି ବଗଲା ଧର୍ମ ଶାଳା ସମୁଖ ରେ ପ୍ରତିବାଦ ବିକ୍ଷୋଭ କରି ବଗଲା ଧର୍ମଶାଳା କୁ ପୁନଃରୁଦ୍ଧର, ପ୍ଳଟିଙ୍ଗ ଯୋଜନା ବାତିଲ, ଛଅ ଟି ବିକ୍ରି କୋବଲ୍ଲା ରଦ୍ଦ କରିବା, ଉକ୍ତ ଜମିରେ ପ୍ରାସାଦ ଯୋଜନା ଲାଗୁ କରି ଗରିବ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟ ରେ ରହଣି ପାଇଁ ଆବାସ ଯୋଗାଇବା ଏବଂ ଏହାକୁ ଚାରିଟେବଲ ଭାବେ ମୁନିସିପାଲିଟି ପରିଚାଳନା କରିବା କୁ ଦାବୀ କରିଥିଲେ|ସରକାର ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଦଳମତ ନିର୍ବିଶେଷରେ ସମସ୍ତ ଲୋକଙ୍କୁ ନେଇ ବଗଲା ସୁରକ୍ଷା ସଂଘର୍ଷ ସମିତି କରି ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଘୋଷଣା କରା ଯାଇଛି|
ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ପୂର୍ଣ୍ଣ ଚନ୍ଦ୍ର ମୁଦୁଲି, ମନୋରଞ୍ଜନ ମହାରଣା,ଯାମିନୀ ମିଶ୍ର, ବିଭୁତି ରାଉତରାୟ, ସୋମନାଥ ନାୟକ, ଜିତେନ୍ଦ୍ରିୟ ବେହେରା ଗୟାଧର ପାଣ୍ଡଵ ପ୍ରମୁଖ ଯୋଗ ଦେଇଥିଲେ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO