– ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖୀଲାରୀଙ୍କ ନିକଟରେ ଆଜି ମାଥିଲି ଥାନା ସୀମାନ୍ତ ଛତିଶଗଡ଼ ରାଜ୍ୟ ମାଓବାଦୀଙ୍କ ଦରଭା ଡିଭିଜନ ଅଧୀନରେ ଥିବା ମହୁପଦର ଦଳମରେ ପାର୍ଟି ମେମ୍ବର ଭାବେ କାମ କରୁଥିବା ମାଓବାଦୀ ମହାଦେବ ମାଡକାମୀ ଓରଫ ମାନୁ ଆତ୍ମସମର୍ପଣ କରିଛି ।
ଆରକ୍ଷୀ ଅଧିକ୍ଷକ ଶ୍ରୀ ଖିଲାରୀଙ୍କ ସୂଚନା ଅନୁସାରେ, ଆତ୍ମସମର୍ପଣ କରିଥିବା ମାଓବାଦୀର ଘର ଛତିଶଗଡ଼ ରାଜ୍ୟ ଦନ୍ତେୱାଡା ଜିଲ୍ଲା କୁଆକୋଣ୍ଡା ଥାନା ଅନ୍ତର୍ଗତ କାଙ୍କେରପରା ଗ୍ରାମରେ । ସେ ୨0୧୩ ମସିହାରେ ମାଓ ସଂଗଠନରେ ସାମିଲ୍ ହୋଇଥିଲା । ୨ 0୧ ୯ ମସିହାରୁ ଏସିଏମ ମୁନି ଅଧୀନରେ ମହୁପଦର ଦଳମରେ କାମ କରୁଥିଲା । ଦଳରେ ସ୍ଥାନୀୟ ଯୁବକ ମାନଙ୍କୁ ଅବହେଳା ଓ ନିର୍ଯ୍ୟାତନା ଦିଆଯାଉଥିବା, ମାଓ ଦମନ ଅଭିଯାନ ଜୋରଦାର କରାଯାଉଥିବାରୁ ପୋଲିସ ଗୁଳିରେ ମରିବା ଅପେକ୍ଷା ଆତ୍ମସମର୍ପଣ କରି ସାଧାରଣ ଜୀବନ ବିତାଇବାକୁ ଚିନ୍ତା କରି ସେ ଏହି ପଦକ୍ଷେପ ନେଇଛି । ତାଙ୍କୁ ସରକାରଙ୍କ ମାଓବାଦୀ ଥଇଥାନ ପ୍ୟାକେଜ୍ ଅନୁଯାଇ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ।