
ବେଲଗୁଣ୍ଠI, ବେଲଗୁଣ୍ଠI ବ୍ଲକ୍ ଗାଙ୍ଗପୁର ବନାଞ୍ଚଳରେ ଅର୍ଗୁଣା ଛାଲି ପୂର୍ବରୁ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା I ଗତ ସୋମବାର ରାତ୍ର 7 ଘଣ୍ଟ ସମୟରେ କଣ୍ଟେଇପଲ୍ଲୀ ଠାରୁ ଆସ୍କା ପଟକୁ ଯାଉଥିବା ଏକ କାର୍ ଯାହାର ନମ୍ବର OD07Y ଯୋଗେ ପ୍ରାୟ 300 କେଜି ଅର୍ଗୁଣା ଛାଲି ବୋଝେଇ କରି ଯାଉଥିବା ବେଳେ ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା ସଦଳବଳେ ଗାଙ୍ଗପୁରଠାରେ ଗାଡ଼ିକୁ ଚଢ଼ାଉ କରି ଅଟକ ରଖିଥିଲେ I ବେଆଇନ ଭାବେ ଅର୍ଗୁଣା ଛାଲି ଚାଲାଣ ହେଉଥିବା ସ୍ପଷ୍ଟ ହେବା ପରେ ଭଞ୍ଜନଗର ଉପଖଣ୍ଡ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କୁ ଅବଗତ କରାଇଥିଲେ I ଉପଖଣ୍ଡ ଅଧିକାରୀ ଶ୍ରୀ ବେହେରା ଅର୍ଗୁଣା ଛାଲି ବୋଝେଇ ହୋଇଥିବା କାର୍ କୁ ନେଇ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ସୋମନାଥପଲ୍ଲୀ ଓ ଲୁଦୂଲୁଦି ଛକରେ ବହୁ ମହିଳାଙ୍କ ଦ୍ଵାରା ଆକ୍ରୋଶର ଶିକାର ହୋଇଥିଲେ I ମହିଳାମାନେ ଅଭିଯୋଗ କରିଥିଲେ ଯେ ଚନ୍ଦନ କାଠ, ଗଞ୍ଜେଇ ଓ ଆପୂ ଛାଲି ଭଳି ବହୁ ମାଦକ ଦ୍ରବ୍ୟ ଅନାୟାସରେ ଚାଲାଣ ହେଉଥିଲାବେଳେ ଜଙ୍ଗଲଜାତ ଦ୍ରବ୍ୟ ଅର୍ଗୁଣା ଛାଲିକୁ ଧରି ବନ ବିଭାଗ ବାହା ବା ନେବାକୁ ଚାହୁଁଛି I ଗାଙ୍ଗପୁର ଥାନା ଅଞ୍ଚଳରେ ପ୍ରତ୍ୟେକ ଗାଁରେ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବାବେଳେ ପୋଲିସ୍ ପ୍ରଶାସନ ମୋଟା ଅଙ୍କର ରକମ ନେଇ ଏମାନଙ୍କୁ ଖୋଲାରେ ଛାଡି ଦେଉଛି I କିନ୍ତୁ ଅର୍ଗୁଣା ଛାଲି ଜଙ୍ଗଲରୁ ସଂଗ୍ରହ ପାଇଁ ଜଣେ ଜଣେ ମହିଳା ଲକ୍ ଡ଼ାଉନ୍ ସମୟରେ 40 ରୁ 60 ଟଙ୍କା ଦୈନିକ ମଜୁରୀ ପାଇଥାନ୍ତ , ଯାହା ଦ୍ଵାରା ଆମ ଭଳି ଗରିବ ଲୋକଙ୍କ ପରିବାର ପ୍ରତିପୋଷଣରେ ସହାୟକ ହୋଇଥାଏ I ବଡ଼ ବଡ଼ ଦୁର୍ନୀତି ଓ ମଦ ଗଞ୍ଜେଇ, ଆପୂ ଭଳି ଚୋରା ବେପାରୀଙ୍କୁ ଛାଡି ପୋଲିସ୍ ଓ ବନ ବିଭାଗ ଗରିବ ଲୋକଙ୍କ ପେଟ ପାଟଣାରେ ହସ୍ତକ୍ଷେପ କରୁଥିବାରୁ ଆଗାମୀ ଦିନରେ ସୋମନାଥପଲ୍ଲୀ ଓ ଲୁଦୂଲୁଦି ଅଞ୍ଚଳର ବହୁ ମହିଳା ସଂଗଠନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ I କଣ୍ଟେଇପଲ୍ଲୀ ରାସ୍ତାରେ ବଡ଼ବୋର୍ସିଂ ,ସୋମନାଥପଲ୍ଲୀ ,କଣ୍ଟେଇପଲ୍ଲୀ, ଲୁଦୂଲୁଦି ଆଦି ଗ୍ରାମର 200 ରୁ ଊର୍ଦ୍ଧ୍ଵ ମହିଳା ଓ ପୁରୁଷ ରାସ୍ତା ରୋକ କରି ବସିଥିବା ଯୋଗୁଁ ସେହି ରାସ୍ତାରେ ପୋଲିସ୍ ଗାଡ଼ି, ବନ ବିଭାଗ ଗାଡ଼ି ଏବଂ ଅନ୍ୟାନ୍ୟ ଗାଡ଼ି ମୋଟର ଯିବା ଆସିବା ବନ୍ଦ ରହିଥିଲା I ଖବର ପାଇ ଘଟଣା ସ୍ଥଳକୁ ଭଞ୍ଜନଗର SCF ସୁଦର୍ଶନ ବାଦୀ ଭଞ୍ଜନଗର ମହିଳା ସବ୍ ଇନ୍ସପେକ୍ଟର ଲୀତା ରାଣୀ ପରିଡ଼ା, ଭଞ୍ଜନଗର ଓ ଗାଙ୍ଗପୁର ପୋଲିସ୍ ଷ୍ଟାଫ ପହଞ୍ଚିଥିଲେ I କଣ୍ଟେଇପଲ୍ଲୀ ବନ ସଂରକ୍ଷଣ ସମିତି ସଭାପତି କୁମାର ସ୍ଵାଇଁ ମିଳିତ ଭାବେ ଲୋକଙ୍କୁ ବୁଝାସୁଝା କରିବା ପରେ 6 ଘଣ୍ଟା ପରେ ଅର୍ଥାତ ରାତ୍ର ଏକ ଘଣ୍ଟା ସମୟରେ ରାସ୍ତା ରୋକ ହଟିଥିଲା ଏବଂ ଗାଡିରେ ଥିବା ଦୁଇ ଜଣଙ୍କୁ ବନ ବିଭାଗ ଗିରଫ କରିଥିବା ବେଳେ ସେହି ଦୁଇ ଜଣଙ୍କୁ ସାଙ୍ଗେ ସାଙ୍ଗେ ବେଲ୍ ଦିଆଯାଇଥିଲା I ସେମାନେ ହେଲେ ବ୍ରହ୍ମପୁର ଗୋସାଣି ନୁଆଁ ଗାଁର ଏଲ୍ ତ୍ରୀପତୀ ଓ ଗାଙ୍ଗପୁର ଥାନା ଡୀମ୍ବୀରୀପଲ୍ଲୀ ଗ୍ରାମର ଜୁମର ନାଇକ ବୋଲି ଜଣା ପଡ଼ିଛି I ଗାଡ଼ିଟି ଏବଂ ସେଥିରେ ଥିବା 80 ବସ୍ତା ଅର୍ଗୁଣା ଛାଲି ଜବତ କରି 167/2020-21 ରେ ମାମଲା ରୁଜୁ କରି ଗାଡ଼ି ଉପରେ 56 ଧାରା ଲଗାଇଛି ବନ ବିଭାଗ I ଜବତ ହୋଇଥିବା 3200 କେଜି ଅର୍ଗୁଣା ଛାଲିର ମୂଲ୍ୟ 70000 ଟଙ୍କା ହେବ ବୋଲି ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା ପ୍ରକାଶ କରିଛନ୍ତି I ଏହା ସହ ବନ ସଂରକ୍ଷଣ ସମିତି ଦ୍ଵାରା ଏହାକୁ ସଂଗ୍ରହ କରା ଯାଇଥିଲା ନା ଏହାର କଳାବଜାରି ଚାଲିଥିଲା ତାହା ତଦନ୍ତ କରାଯାଉଛି ବୋଲି ପ୍ରକାଶ କରିଥିଲେ I
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO