ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ କୋଭିଡ଼୍ ଯୋଦ୍ଧା ତଥା ଅଙ୍ଗନବାଡ଼ି କର୍ମୀ ମାନେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପ୍ରତାରଣାର ପ୍ରତିବାଦ କରି ଜାରୀ ରଖିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଦଶମ ଦିନ ବ୍ୟାପୀ ଜାରୀ ରହିଥିବା ବେଳେ ଗତକାଲି ସଂନ୍ଧ୍ୟାରେ ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥରେ ପହଂଚି ଅଙ୍ଗନବାଡ଼ି କର୍ମୀଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କର ସମସ୍ତ ଏସଏନପି ଟଙ୍କା ପ୍ରଦାନ କରିବା ସହ ଆସନ୍ତା ବୁଧବାର ସୁଦ୍ଧା ସମସ୍ତ ଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେବା ପରେ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ରଞ୍ଜିତା ରଥ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ନେଇ ଘୋଷଣା କରିଛନ୍ତି ।