
ପଟ୍ଟାମୁଣ୍ଡାଇ– କେନ୍ଦ୍ରାପଡା ଜିଲ୍ଲାର ପ୍ରମୁଖ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ସ୍ଥିତ ରାଧାରମଣ ମଠରେ ପ୍ରଭୁଙ୍କ ଝୁଲଣ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରାଧାରମଣ ମଠର ମହନ୍ତ ଅସୀମାନନ୍ଦ ଦାସମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତ୍ୟୁଷରେ ପ୍ରଭୁ ରାଧାରମଣ ଦେବ, ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ମା ସୁଭଦ୍ରା, ପ୍ରଭୁ ହନୁମାନଜୀଉ, ଗୋପେଶ୍ୱର ମହାଦେବଙ୍କ ଯଥାବିଧି ପୂଜାର୍ଚ୍ଚନା କରାଯିବା ପରେ ସମସ୍ତ ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ଝୁଲଣା ଯାତ୍ରା ଅନୁଷ୍ଠିତ ହୋଇଥିଲା । ମହାମାରୀ କରୋନା ଯୋଗୁଁ ସରକାରୀ କଟକଣା ଓ ସାମାଜିକ ଦୂରତ୍ୱ ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ଓ ରୀତିନୀତି ସମ୍ପନ୍ନ କରାଯାଇଥିଲା ।
ଏଥିରେ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ, ପୂର୍ବତନ ପୌରାଧ୍ୟକ୍ଷ ରବିନ୍ଦ୍ର ମହାନ୍ତି, ସମାଜସେବୀ ପୁରୁଷୋତମ ବେହେରା, ସୁରେନ୍ଦ୍ର ମହାନ୍ତି, ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରର ସଂପାଦକ ଅମ୍ବୁଜ ଭୂଷଣ ନାୟକ, ଆଡଭୋକେଟ ତପନ ମିଶ୍ର, ହେମନ୍ତ ମହାନ୍ତି, ଦେବାଶୀଷ ପଣ୍ଡା, ବାବାଜୀ ମହେନ୍ଦ୍ର ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶ୍ରଦ୍ଧାଳୁ ଓ ମଠର ଶିଷ୍ୟମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ସୂତାର, ରତ୍ନଶ ସାହୁ, ରାଧାରମଣ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO