-
୫ଦିନରେ ୪୦ ୱାର୍ଡର ୨୫୦୦ଜଣଙ୍କ ଠାରୁ ନମୁନା ସଂଗ୍ରହ ଲକ୍ଷ୍ୟ: କମିଶନର

ବ୍ରହ୍ମପୁର: ଭୁନେଶ୍ୱର ଓ ପୁରୀ ପରେ ସୋମବାର ଠାରୁ ବ୍ରହ୍ମପୁର ସହରରେ ୫ଦିନ ଧରି ସିରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି । ବ୍ରହ୍ମପୁର ମହାନଗର ନିଗମ ଏବଂ ଭୁବନେଶ୍ୱର ସ୍ଥିତି ରେଜିଓନାଲ ମେଡିକାଲ ରିସର୍ଚ୍ଚ ସେଟଂର(ଆରଏମ୍ଆରସି) ପକ୍ଷରୁ ଏହି ସର୍ଭେ ଆରମ୍ଭ କରାଯାଇଛି । ଏହା ୫ଦିନ ଧରି ଚାଲିବ । ଏହି ସର୍ଭେରେ ବ୍ରହ୍ମପୁର ସହରର ୪୦ଟି ୱାର୍ଡ଼ ଇଲକାରୁ ନମୁନା ସଂଗ୍ରହ କରାଯିବ । ପ୍ରଥମ ଦିନରେ ୧୦ଟି ୱାର୍ଡରେ ସର୍ଭେ କରାଯାଇଛି ବୋଲି ବ୍ରହ୍ମପୁର ମହାନଗର ନିଗମର କମିସନର ଚକ୍ରବର୍ତି ସିଂ ରାଠୋର ସୂଚନା ଦେଇଛନ୍ତି । ପ୍ରତି ୱାର୍ଡରେ ଥିବା ଔଷଧ ଦୋକାନୀ, ବ୍ୟବସାୟୀକ ପ୍ରତିଷ୍ଠାନ ଓ ହାଇରିସ୍କିଙ୍କ ଠାରୁ ଏଭଳି ୫୦ଜଣଙ୍କ ସର୍ଭେ କରାଯିବାର ଲକ୍ଷ୍ୟ ରଖାଯାଇଛି । ୨୫୦୦ ରକ୍ତ ନମୁନା ସଂଗ୍ରହ ଲକ୍ଷ୍ୟ ରହିଥିବା ବେଳେ ୧୫୦୦ କମ୍ୟୁନିଟି ଏବଂ ୧ହଜାର ହାଇରିସ୍କ ଗ୍ରୁଫ ଠାରୁ ରକ୍ତ ନମୁନା ସଂଗ୍ରହ ହେବ । କମ୍ୟୁନିଟି ଅର୍ଥାତ ସାଧାରଣ ଲୋକଙ୍କ ଠାରୁ ନୁମନା ସଂଗ୍ରହ ହେବ । ହାଇରିସ୍କ ଅର୍ଥାତ ଡାକ୍ତର, ନର୍ସ, ପୁଲିସ କର୍ମଚାରୀ ଠାରୁ ନମୁନା ସଂଗ୍ରହ ହେବ ବୋଲି ସୂଚନା ମିଳିଛି । ଏଥିଲାଗି ଆରଏମ୍ଆରସି ଓ ବ୍ରହ୍ମପୁର ମହାନଗର ନିଗମ କର୍ମଚାରୀଙ୍କୁ ନେଇ ୫ଟି ଟିମ୍ ଗଠନ କରାଯାଇଛି । ଏହି ପରୀକ୍ଷଣରେ ଏମ୍କେସିଜି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲର କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ଦୁର୍ଗାମାଧବ ଶତପଥୀ, ଆସିଷ୍ଟାଟଂ ପ୍ରଫେସର ଡାକ୍ତର ସଞ୍ଜୟ ସାହୁ, ସିନିୟର ରେସିଡେଂଟ ଡାକ୍ତର ସିତୁନ ପାତ୍ର, ଆରଏମ୍ଆରସିର ମେଡିକାଲ ବିଜ୍ଞାନୀ ଜୟ ସିଂହ କ୍ଷେତ୍ରୀ, ବ୍ରହ୍ମପୁର ଏବଂ ଭୁବନେଶ୍ୱର ଆସିଏମ୍ଆର-ଆରଏମ୍ଆରସି ପକ୍ଷରୁ ଡାକ୍ତର ଆଶିଷ ଷଡଙ୍ଗୀ ସାମିଲ ହୋଇଛନ୍ତି । ପିସିଆର ଓ ଆଟିଂଜେନ ଟେଷ୍ଟରେ ସ୍ୱାବ ନମୁନା ସଂଗ୍ରହ ହେଉଥିବା ବେଳେ ସିରେଲୋଜିକାଲ ଟେଷ୍ଟରେ ରକ୍ତ ନମୁନା ସଂଗ୍ରହ ହୁଏ । ପିସିଆର ଓ ଆଟିଂଜେନ ଟେଷ୍ଟରେ ବର୍ତମାନର କରୋନା ସଂକ୍ରମଣ ସମ୍ପର୍କରେ ଜାଣିହୁଏ । କିନ୍ତୁ ସିରୋଲଜିକାଲ ଟେଷ୍ଟରେ ବର୍ତମାନ ଓ ପରର ତଥ୍ୟ ବି ଜାଣିବ।।କୁ ମିଳୁଥିବାରୁ ମହାନଗର ନିଗମ ଅଞ୍ଚଳରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍ସି କର୍ତ୍ତୃପକ୍ଷ ଏହି ସର୍ଭେ ଆରମ୍ଭ କରିଥିବା କୁହାଯାଉଛି । ଏହାକୁ ଏହାକୁ ସିରୋ ସର୍ଭେ ଏବଂ ଆଟିଂବଡ଼ି ଟେଷ୍ଟ ମଧ୍ୟ କୁହାଯାଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO