
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ- ଆଜି ଗଞ୍ଜାମ ଜିଲ୍ଲାରେ ମୋଟ ୩୦୮ଟି ନୂଆ ପଜିଟିଭ କେଶ ଆସିଛି।ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୧୯ଟି କେଶ ରହିଛି।ଏନ.ଏ.ସି ଅଞ୍ଚଳର ୩ଜଣଙ୍କ ସମେତ ଭେଜିପୁଟ, ଗୋଲା ସାହି,ବଡ଼ ଧୋବା ସାହି, ଚିରଞ୍ଜିବି ପଟ୍ଟନାୟକ ସାହିରୁ ଜଣେ ଲେଖାଏଁ ଥିବା ବେଳେ ଜଣେ ଏନ.ଏ.ସି କର୍ମଚାରୀ ଅଛନ୍ତି।ସେହିପରି ଏହି ବ୍ଲକର ଅଗଝୋଳ ଗ୍ରାମର ୩ଜଣ,ସୋରିଷ ମୁଳି ରୁ୨ଜଣ, କାଠ ଚିରା, ଦଦରା ଲୁଣ୍ଡା, ଲଣ୍ଡେଇ ସାହି, ବେଣା କୁନ୍ଦା,ତୁଳସୀ ପଲ୍ଲୀ ଓ ବିଲି ପଡା ଗ୍ରାମର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଭଞ୍ଜନଗର ବ୍ଲକ ଲେମ୍ଭେଇ ଗ୍ରାମକୁ ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ସରପଞ୍ଚ ହରିବନ୍ଧୁ ପ୍ରଧାନ ପ୍ରଶାସନ ର ଅନୁମତି ନେଇ ସଟଡାଉନ ଘୋଷଣା କରିଛନ୍ତି।ଏହି ଗ୍ରାମର ହରିଜନ ସାହିରୁ ୧୨ଜଣ ପଜିଟିଭ ବାହାରିବା ପରେ ଅଧିକ ସଂକ୍ରମଣ ଆଶଙ୍କା କରି ସେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।ଏହି ସମୟରେ ଗ୍ରାମବାସୀଙ୍କ ଚଳ ପ୍ରଚଳ ଉପରେ କଟକଣା ଲଗାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO