
ବ୍ରହ୍ମପୁର: କରୋନା ସଙ୍କଟ ଭିତରେ ରାଜ୍ୟରେ ଦେଖାଦେଇଛି ରକ୍ତର ଅଭାବ । ରାଜ୍ୟରେ ୮୦ହଜାର ରକ୍ତଜନୀତ ରୋଗୀ ଥିବାବେଳେ ୫୬ଟି ରକ୍ତ ଭଣ୍ଡାର ଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ରକ୍ତନାହିଁ । ଏଥିପାଇଁ ରକ୍ତ ସଂଗ୍ରହ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ନିଜ ସହକର୍ମୀଙ୍କୁ ନେଇ ଗତ ଶୁକ୍ରବାର ଦିନ ବ୍ରହ୍ମପୁର ଏମ୍କେସିଜି ରକ୍ତ ଭଣ୍ଡାରରେ ରକ୍ତଦାନ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ୩୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ମିଳିତ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏମ୍କେସିଜି ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ଜଣାପଡିଛି । ରକ୍ତଦାନ ଶିବିରରେ ବହୁ ଦଳୀୟ କର୍ମୀ ଓ ସ୍ୱେଚ୍ଛାସେବୀ ଯୋଗଦେଇ ରକ୍ତଦାନ କରିଥିବାରୁ ବିଧାୟକ ବିକ୍ରମ ପଣ୍ଡା ରକ୍ତ ଭଣ୍ଡାରରେ ଉପସ୍ଥିତରହି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । କୋଭିଡ ନିର୍ଦ୍ଦେଶବଳୀ ପାଳନକରି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ଜଣାପଡିଛି । କାର୍ଯ୍ୟକ୍ରମରେ ବିଜେଡି ନେତା ସଞ୍ଜିତ ପାଣିଗ୍ରାହୀ, ମଦନ ଦଳାଇ, ଯୁବ ବିଜେଡି ସଭାପତି ଧନଞ୍ଜୟ ରାଓ, ତୁମ୍ବନାଥ ପଣ୍ଡା ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO