
ଗାଙ୍ଗପୁର/ବେଲଗୁଣ୍ଠI, ବେଲଗୁଣ୍ଠI ସରସ୍ଵତୀ ଶିଶୁ ବିଦ୍ୟା ଭବନର ସମସ୍ତ ଛାତ୍ରଛାତ୍ରୀ ଦୀର୍ଘ 12 ବର୍ଷ ଧରି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରତିବର୍ଷ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ସମସ୍ତ ମହଲରୁ ଏହି ଅନୁଷ୍ଠାନ ପ୍ରତି ଶୁଭେଚ୍ଛାର ଛୁଟୁଛି I ବିଗତ ଦିନ ମାନଙ୍କରେ ଏହି ଅନୁଷ୍ଠାନରୁ ବହୁ ଛାତ୍ରଛାତ୍ରୀ ସଫଳତାର ସହ ଭଲ ଡିଭିଜନ୍ ରଖି ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ପରୀକ୍ଷା ଦେଇଥିବା ସମସ୍ତ 30 ଜଣ ଛାତ୍ରଛାତ୍ରୀ ଭଲ ନମ୍ଵର୍ ରଖି ଉତୀର୍ଣ୍ଣ ହୋଇ ବିଦ୍ୟାଳୟର ଗତ 12 ବର୍ଷର ଶତ ପ୍ରତିଶତ ସଫଳତାକୁ ବଜାୟ ରଖିଛନ୍ତି I ଅନୁଷ୍ଠାନର ଛାତ୍ର ଶ୍ରୀମାନ ଚନ୍ଦନ କୁମାର ଗୌଡ଼ ଶତକଡ଼ା 86 ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ଟପର୍ ହୋଇଥିବା ବେଳେ A2 ଗ୍ରେଡ୍ ରେ 5 ଜଣ ଏବଂ B1 ଗ୍ରେଡ୍ ରେ 5 ଜଣ ଉତୀର୍ଣ୍ଣ ହୋଇଛନ୍ତି I ବିଦ୍ୟାଳୟର ଏହି ସଫଳତା ପାଇଁ ଅନୁଷ୍ଠାନର ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର ସମସ୍ତ ଗୁରୁଜୀ ଗୁରୁମା ଏବଂ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ପ୍ରଶଂସା କରିଛନ୍ତି I
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO