
ଭଦ୍ରକ – ଶତାଧିକ ଓଡ଼ିଆ ନାଟକ, ଯାତ୍ରା, ବିଶେଷ କରି ଭଦ୍ରକ ଭଳି ଏକ ହିନ୍ଦୁ ମୁସ୍ଲିମ୍ ଭାଇଚାରା ସହରର ତ୍ୟାଗଭୂମିରେ ବଂଶୀ ବଲ୍ଲଭ ଗୋସ୍ୱାମୀଙ୍କ ରଚିତ ‘ମୋଗଲ ତାମ୍ସା’ ଲୋକ ନାଟକକୁ ଏକ ନୂତନ ଶୈଳୀରେ ନାଟ୍ୟ ରୂପାନ୍ତର କରି ରାଜ୍ୟ, କେନ୍ଦ୍ର ସରକାର ଓ ବିଭିନ୍ନ ଅନୁÂାନ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିବା ବିଶିଷ୍ଟ ନାଟ୍ୟ ନିଦେ୍ର୍ଧଶକ ଗୁରୁ ବାଦଲ ସିକ୍ଦାର ଜଣେ ବିରଳ ବ୍ୟକ୍ତିତ୍ୱ । ନିକଟରେ କଳା ଓ ସଂସ୍କୃତିରେ ଓଟିଭି ପକ୍ଷରୁ ‘ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୧୯’ର ବିଜେତା ହେବା ଅବସରରେ ଆଜି ତାଙ୍କୁ ସମତାର ସ୍ୱର ସବୁଜ, ସଂଚାର ଓ ରୂପାୟନ ଭଳି ସଂଗଠନ ପକ୍ଷରୁ ଭଦ୍ରକରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ. ଶଶଧର ଦାସ ଅଧ୍ୟକ୍ଷତା କରିଥିଲେ । ଏଥିରେ ବରେଣ୍ୟ ଅତିଥି ଭାବରେ ଶିଶୁ ସାହିତି୍ୟକ ଡ. ମନୀନ୍ଦ୍ର ମହାନ୍ତି, ଡାକ୍ତର ଦୁର୍ଯେ୍ୟାଧନ ଦାସ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ, ରୂପାୟନର ଭଦ୍ରକ ଶାଖା ସଭାପତି ପ୍ରମୋଦ ରାୟ, ସମତାର ସ୍ୱର ସବୁଜର ସମ୍ପାଦକ ଦୁର୍ଗେଶ ନାୟକ, ସଂଚାରର ସମ୍ପାଦକ ଶୁଭେନ୍ଦୁ ଲେଙ୍କା ପ୍ରମୁଖ ଯୋଗ ଦେଇ ଶ୍ରୀ ସିକ୍ଦାରଙ୍କ କଳା ପାଇଁ ସମର୍ପିତ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ସମାରୋହର ପ୍ରାରମ୍ଭରେ ସଂଚାର ଅନୁÂାନର କୁନି ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ । କବି ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ଗାନ୍ଧି ବିଚାରମଂଚ ପକ୍ଷରୁ ଶିକ୍ଷାବିତ୍ ଶାନ୍ତନୁ ରାଉତ, ସୁଧାକର ରାଉତ, ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଡାକ୍ତର ଦୁର୍ଯେ୍ୟାଧନ ଦାସ, ବା‚ାନିଧି ମହାନ୍ତି ସ୍ମୃତି ପରିଷଦ, ମନମୋହନ ସଂଗୀତ ପରିଷଦ ପକ୍ଷରୁ ଅଧ୍ୟକ୍ଷ କେଶବ ଚନ୍ଦ୍ର ଜେନା, ଆଗରପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ହେମନ୍ତ ସିଂ, ମାକ୍ରୋୱେବ୍ ଟେକ୍ନୋଲୋଜି ଶିକ୍ଷାନୁÂାନ ପକ୍ଷରୁ ସୁଶ୍ରୀ ମଲ୍ଲିକ, ଗରଦପୁର ମୋଗଲ୍ ତାମ୍ସା ସଂଗଠନ ପକ୍ଷରୁ ବିଜୟ ବହଳୀ, ବିମଳା ନାଟ୍ୟ ସଂସଦ ପକ୍ଷରୁ ଗୌରାଙ୍ଗ ବାରିକ, ଭଦ୍ରକ ସାମ୍ବାଦିକ ସଂଘ ପକ୍ଷରୁ ଅବିନାଶ ପଣ୍ଡା, ବିଶିଷ୍ଟ ନାଟ୍ୟ ନିଦେ୍ର୍ଧଶକ ଡ. ପଦ୍ମକାନ୍ତ ଧଳ, କଳାକାର ପ୍ରଫୁଲ୍ଲ ଦାସ, ସଂକେତ ଅନୁÂାନର ସମସ୍ତ କଳାକାର ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହିତ ଶ୍ରୀ ସିକ୍ଦାରଙ୍କ କଳାଜୀବନର ଗୁଣଗାନ କରିଥିଲେ । ବିଶିଷ୍ଟ ସଂଗୀତ ନିଦେ୍ର୍ଧଶକ ସୁବାସ ରାମ ଓ ସୁମତୀ ପଣ୍ଡାଙ୍କ ସଂଗୀତ ପରିଚାଳନାରେ ଆୟୋଜିତ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁମାର ଗୌତମ, ସ୍ମୃତିସ୍ମିତା ଏବଂ ଅନ୍ୟମାନେ ସଂଗୀତ ପରିବେଷଣ କରିଥିଲେ । ଏହା ପରେ ଶ୍ରୀ ସିକ୍ଦାରଙ୍କୁ ଆୟୋଜକ ଅନୁÂାନ ଗୁଡ଼ିକ ପକ୍ଷରୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂଗୀତ, ନୃତ୍ୟ ଓ ଭାଷଣର ତ୍ରବିିଧ ସମାହାରରେ ଏହି ସମ୍ବର୍ଦ୍ଧନା ସଭାରେ ଏକ ସ୍ୱତନ୍ତ୍ର ମାହୋଲ ସୃଷ୍ଟି କରିଥିଲା । ଏହି କାର୍ଯ୍ୟକ୍ରମକୁ ସଂକେତ, ସମତାର ସ୍ୱର ସବୁଜ, ସଂଚାର ଓ ରୂପାୟନର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO