
ଭଦ୍ରକ – ସାରା ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍କୁଲରେ ସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ପାଚିକା ସହାୟିକାମାନଙ୍କ ଜୀବନ ଜୀବିକା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଶୋଷଣ କରି ସେମାନଙ୍କୁ ମାସିକ ମାତ୍ର ୧୪୦୦ଟଙ୍କା ମଜୁରୀ ନୁହଁ, ଦେଉଥିବା ଭତ୍ତାକୁ ପ୍ରତିବାଦ କରି ସେମାନଙ୍କୁ ସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ଘୋଷଣା କରିବା, ସେମାନଙ୍କୁ ଇଏସଆଇ ବୋନସ ଦେବା,ବୀମାଭୁକ୍ତ କରିବା, ବର୍ଷକୁ ୪ଖଣ୍ଡ ଶାଢୀ ପ୍ରଦାନ କରିବା, ପେନ୍ସନ ଲାଗୁ କରିବା, ମାସିକ ଦରମା ସର୍ବନିମ୍ନ ୨୦ ହଜାର କରିବା ଦାବୀ କରି ସୀତା ଦାଶ, ଶାନ୍ତି ନାୟକ, ବାସନ୍ତୀ ଚିତ୍ରକର, ମଳୟ ଭୋଇ, ବିଷ୍ଣୁ ଦାଶ, ଦିଲୀପ ନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ପରେ ସଂଘର ସଭାପତି ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ସମ୍ମିଳନୀ ପୂର୍ବରୁ ଲାଲ ପତାକା ଉତ୍ତୋଳନ କରାଯାଇଥିଲା । ପରେ ଅନୁÂିତ ସଭାରେ ଶାନ୍ତିଲତା ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ବିବରଣୀ ଉପରେ ମହେଶ୍ୱର ନାୟକ, ଦିଲୀପ ନାୟକ, ରାଧା ଦାସ, ଆରତୀ ନାୟକ, କରୁଣାକର ସାହୁ, ପଦ୍ମିନୀ ମହାଳିକ, ସୀତା ଦାଶ, ସତ୍ୟଭାମା ସାହୁ, ମମତା ପାତ୍ର, ମନୋରମା ନାୟକ, ସରସ୍ୱତୀ ସାମଲ, ଗୀତାରାଣୀ ସ୍ୱାଇଁ, ଭାରତୀ ବେହେରା, ବାସନ୍ତୀ ଜେନା ଆଲୋଚନା କରିଥିଲେ । ଏହି ଅବସରରେ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ପ୍ରତିବାଦ କରି ଆସନ୍ତା ଦିନମାନଙ୍କରେ ସମସ୍ତ ପାଚିକା ଏକଜୁଟ ହୋଇ ଲଢେ଼ଇ କରିବାକୁ ଆହ୍ୱାନ ଦିଆ ଯାଇଥିଲା । ସମ୍ମିଳନୀକୁ ଶ୍ରମିକ ନେତା ନିରଞ୍ଜନ ପାଣୀ ଉଦ୍ଘାଟନ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO