
ମାଲକାନଗିରି -ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ାମ ନିକଟ ବ୍ରିଜ ପାଖରେ ଥିବା କେନାଲ ପାଣିରୁ ଜଣେ ବିବାହିତ ମହିଳାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି କାଲିମେଳା ସ୍ଵାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ! ମୃତ ମହିଳା ଜଣଙ୍କ ହେଉଛନ୍ତି ଚିନ୍ତଲୱାଡା ଗ୍ରାମର ଟଭା ମାଡକାମି (୫0)l ଗ୍ରାମବାସୀ ମାନଙ୍କଠାରୁ ମିଳିଥିବା ସୁଚନା ଅନୁଯାଇ ଉକ୍ତ ମହିଳାଙ୍କର ୨ ଜଣ ସ୍ବାମୀ ରହିଛନ୍ତି, ମହିଳା ଜଣଙ୍କ ପ୍ରଥମେ ସେହି ଗ୍ରାମର ମହାଦେବ କୁମ୍ଭାର ଙ୍କୁ ବିବାହ କରିଥିବା ବେଳେ ପୁଣିଥରେ ସେହି ଗ୍ରାମର ସନ୍ୟାସୀ ମାଡକାମିଙ୍କ ସ୍ତ୍ରୀ ପରିଚୟ ଦେଇ ତାଙ୍କ ପାଖରେ ପ୍ରାୟ ୧୨ ବର୍ଷରୁ ଉର୍ଦ୍ଧ ସମୟ ହେବ ରହି ଆସୁଥିଲେ !କିନ୍ତୁ ମହାଦେବ କୁମାର ପାଖରେ ଟଭା ତାଙ୍କ ସ୍ତ୍ରୀ ବୋଲି ପ୍ରମାଣପତ୍ର ଥିବା ସେ ପ୍ରକାଶ କରିଛନ୍ତି l ମୃତ ମହିଳାଙ୍କ ସମ୍ପର୍କୀୟ ଗଙ୍ଗା ମାଡକାମି କାଲିମେଳା ଥାନାରେ ଲିଖିତ ଭାବେ ଜଣାଇଛନ୍ତି ଯେ ତାଙ୍କ ମାଉସୀ ଟଭା ମାଡକାମି ଗତ ୨୬.୭.୨୦୨୦ ସଂନ୍ଧ୍ୟା ୫ଟା ସମୟରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ରାତିପର୍ଯ୍ୟନ୍ତ ସବୁଆଡେ ଖୋଜାଖୋଜି କରିଥିଲେ ସୁଦ୍ଧା ମହିଳାଙ୍କର ପତ୍ତା ମିଳିନଥିଲା । ତେବେ ସୋମବାର ଦିନ ସନ୍ଧ୍ୟାରେ ବେଜାଙ୍ଗିବାଡା ଆଇରନ ବ୍ରିଜ ନିକଟରେ ଥିବାକେନାଲ ପାଣିରେ ଜଣେ ମହିଳା ଶବ ଭାଷୁଛି ବୋଲି ଖବର ମିଳିବା ପରେ ପରିବାର ଲୋକ ଘଟଣା ସ୍ଥଳକୁ ଯାଇ ସେ ଟଭା ମାଡକାମି ବୋଲି ଚିହ୍ନଟ କରିଥିଲେ ! ପରେ କାଲିମେଳା ଥାନାକୁ ଖବର ଦେଇଥିଲେ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ।ଏନେଇ ଥାନାରେ ୨୪।୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂରଜ କୁମାର ଝାଙ୍କର ସୁଚନା ଦେଇଛନ୍ତି !