ଗଞ୍ଜାମ – ଭୋର ଚାରିଟାରୁ ଛଅଟା ମଧ୍ୟରେ ବ୍ରହ୍ମପୁର ସହରରେ ପ୍ରବଳ ବର୍ଷା ହେବା ଫଳରେ ବ୍ରହ୍ମପୁର ସହର ଜଳାର୍ଣ୍ଣବ ହୋଇ ବନ୍ୟା ଭଳି ପରିବେଶ ସୃଷ୍ଟି ହୋଇଛି । ସହରର ବିଭିନ୍ନ ନାଳ ନର୍ଦ୍ଦମା ଠିକ୍ ରୂପେ ସଫା ହେଉନଥିବାରୁ ବର୍ଷା ପାଣି ଠିକ୍ରେ ନିଷ୍କାସିତ ହୋଇ ରାସ୍ତା ଘାଟ, ଗଳି କନ୍ଦିରେ ବର୍ଷା ପାଣି ପ୍ଳାବିତ ହେଉଛି । ବର୍ଷାପାଣି ଗଜପତି ନଗର, ଗାନ୍ଧି ନଗରର ବହୁ ଘରେ ପାଣି ପଶି ଥିବାରୁ ଏ ଅଂଚଳର ଜନସାଧାରଣ ନାହିଁ ନ ଥିବା ହଟହଟାର ସମ୍ମୁଖିନ ହୋଇଛି । ଏତଦ୍ ବ୍ୟତୀତ ବ୍ରଜନଗର ଲକ୍ଷ୍ମୀ ନୃସିଂହଂ ସାହିର ସୁବୁଦ୍ଧି ପେଟା ସାହି, ଡିପଲ ସ୍କୁଲ ରୋଡ଼ ଏବଂ ବ୍ୟାଙ୍କ କଲୋନୀ ଅଂଚଳରେ ବର୍ଷା ପାଣି କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ବିଏମସି ମଧ୍ୟରେ ଚକ୍ରବର୍ତୀ ରାଠୋର ଏହି ଅଂଚଳ ପରିଦର୍ଶନ କରିଛନ୍ତି ।
Related Stories
December 2, 2024