
ଜୟପାଟଣା – ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ମଙ୍ଗଳପୁର ସ୍ଥିତ ହାତୀ ବ୍ୟାରେଜର ଚାରି ଗୋଟି ରେଡ଼ିଏଲ ଗେଟ୍ ଖୋଲାଯାଇ ୩୨୦ କ୍ୟୁସେକ୍ ବନ୍ୟା ଜଳ ହାତୀ ନଦୀ ଗର୍ଭକୁ ଛଡ଼ା ଯାଉଥିବା ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଦିଓପାଲି ଠାରେ ଦୁଇଟି ଗେଟ୍ ଖୋଲା ଯାଇ ୮୨୪ କ୍ୟୁସେକ ବନ୍ୟା ଜଳ ଇନ୍ଦ୍ରାବତୀ ନଦୀର ତଳମୁଣ୍ଡକୁ ଛଡ଼ା ଯାଉଥିବା ଜଣାପଡ଼ିଛି । ଫଳୋର ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଉପତ୍ୟକାରେ ବନ୍ୟାର ଆଶଙ୍କା କରି ସତକ;ତା ମୂଳକ ପଦକ୍ଷେପ ନିଆଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲାର ଜୟପାଟଣା, କଲମପୁର, ଜୁନାଗଡ଼ ହାତୀ ନଦୀ ଉପତ୍ୟକାରେ ବନ୍ୟା ଆଶଙ୍କା ଥାଇ ମଧ୍ୟ ଇନ୍ଦ୍ରାବତୀ ପାୱାର ହାଉସରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ୬୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ଚାଲୁ ରଖିଥିବା ସୂନାରୁ ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଯ, ଇନ୍ଦ୍ରାବତୀ ଜଳ ଗୁରୁବାର ସକାଳ ୮ଟା ବେଳେ ଜଳ ପତନ ୬୪୦.୮୯ ମିଟରରେ ପହଂଚି ସାରିଥିଲା । ଅପରାହ୍ନ ୨ଟା ପରେ ଜଳସ୍ତର ସର୍ବୋଚ୍ଚ ସୀମା ୬୪୨ ମିଟର ଥିବା ବେଳେ ୬୪୧ ମିଟରକୁ ପହଂଚିବା ପରେ ଦୁଇଟି ରେଡ଼ିଏଲ ଗେଟ୍ ୧ ମିଟର ଲେଖାଏଁ ଖୋଲାଯାଇ ୮୨୪ କ୍ୟୁସେକ ବନ୍ୟା ଜଳ ଇନ୍ଦ୍ରାବତୀ ନଦୀ ଗର୍ଭକୁ ଛଡ଼ାଯାଉଥିବା ରିପୋର୍ଟରୁ ପ୍ରକାଶ । ସେହିପରି ମଙ୍ଗଳପୁରସ୍ଥିତ ହାତୀ ବ୍ୟାରେଜର ଜଳସ୍ତର ସର୍ବୋଚ୍ଚ ସୀମା ୨୫୬ ମିଟର ଥିବା ବେଳେ ୨୬୨ ମିଟରକୁ ପହଂଚିବା ପରେ ଚାରିଟି ଗେଟ୍ ଖୋଲାଯାଇ ନଦୀ ଗର୍ଭକୁ ୩୨୦ କ୍ୟୁସେକ ବନ୍ୟାଜଳ ଛଡ଼ାଯାଉଥିବା ବେଳେ ୨୭୭ କ୍ୟୁସେକ୍ ଜଳ ବ୍ୟାରେଜ ମଧ୍ୟକୁ ପଶୁଥିବା ଜଣାପଡ଼ିଛି । ଆଗକୁ ଅଧିକ ବର୍ଷା ହେଲେ ହାତୀ ନଦୀ ଉପତ୍ୟାକାରେ ମଧ୍ୟ ବନ୍ୟା ଆଶଙ୍କା ଦେଖାଦେବ ବୋଲି ଆଲୋଚନା ହେଉଛି ।