ଭୁବନେଶ୍ୱର – ପି.ଏମ.ଆର-୬୬୮, ଓଡ଼ିଶା ଲୋକ ସେବା ଆଇନର ସି.ସି.ଏ ରୁଲ-୧୯୬୨ର ଅଧିନିୟମ-୧୮ ଏବଂ ଭାରତୀୟ ସମ୍ବିଧାନର ଧାରା-୩୧୧ (୨) (ଖ) ର କ୍ଷମତାର ବ୍ୟବହାର ପୂର୍ବକ ଅଷ୍ଟମ ବାଟାଲିୟନ, ଛତ୍ରପୁର ଦୁର୍ଗପତି ଉଦୟ ଶଙ୍କର ରଥ ନବ ନିଯୁକ୍ତ ସିପାହୀ ବାଦଲ ବେହେରାଙ୍କୁ ତାଙ୍କର ନୈତିକ ସ୍ଖଳନ, ଅନୁଚିତ ଆଚରଣ, ଜନୈକ ମହିଳାଙ୍କୁ ଯୌନ ନିର୍ଯ୍ୟାତା ଓ ହତ୍ୟା ଧମକ ଆଦି କାରଣ ପାଇଁ ତା ୧୭.୦୮.୨୦୧୯ ରିଖରେ ସରକାରୀ ଚାକିରୀରୁ ବହିଷ୍କାର କରିଛନ୍ତି । ପୂର୍ବରୁ ଏହି କାରଣ ପାଇଁ ଶ୍ରୀ ବେହେରା ଗଂଜାମ ଥାନା ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ନବନିଯୁକ୍ତ ସିପାହୀ ବାଦଲ ବେହେରା ଅଭିଯୋଗକାରିଣୀ ମହିଳାଙ୍କୁ ବାରମ୍ବାର ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲେ । ପରବର୍ତୀ ସମୟରେ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ । ମହିଳା ଜଣକ ଭୟଭୀତ ହୋଇ ଓ ମାନସିକ ଭାରସାମ୍ୟ ହରାଇ ତା ୩.୮.୨୦୧୯ରେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପରେ ମୃତ ମହିଳାଙ୍କ ବାପା ଗଂଜାମ ଥାନାରେ ଆଉ ଏକ ମାମଲା ତା ୩.୮.୨୦୧୯ରେ ରୁଜୁ କରିଥିଲେ ଯାହାକି ଗଂଜାମ ଥାନାରେ ମାମଲା ସଂଖ୍ୟା – ୭୦ ତା ୩.୮.୨୦୧୯ ରେ ପଂଜିକୃତ ହୋଇଥିଲା । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଉକ୍ତ ମାମଲାକୁ ରେଡ଼୍ ଫ୍ଲାଗ୍ ମାମଲା ଭାବେ ବିବେଚନା କରି ତୁରନ୍ତ ତଦନ୍ତ କାର୍ଯ୍ୟ ସମାପ୍ତ କରିବାକୁ ଆରକ୍ଷୀ ଅଧିକ୍ଷକ ଗଂଜାମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Related Stories
September 16, 2024