କୈଳାସ ଚନ୍ଦ୍ର ପଣ୍ଡା, ପୁରୀ, ୨୬/୦୭ /୨୦୨୦,ପୁରୀ ପୌରପାଳିକାର ଅନେକ ଅଞ୍ଚଳରେ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଇଛି |ଏହି ସଂକ୍ରମଣରେ ପୁରୀ ପୌରପାଳିକା ର ୩୨ ଟି ୱାର୍ଡର ଲୋକମାନେ ପ୍ରଭାବିତ ହୋଇଛନ୍ତି |ବର୍ତ୍ତମାନ ସୁଦ୍ଧା ପୁରୀ ପୌରପାଳିକା ଅଞ୍ଚଳରେ ୧୫୮ ଜଣ ସଂକ୍ରମଣ ହୋଇଛନ୍ତି |ସେମାନଙ୍କ ମଧ୍ୟରୁ ୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧0 ଜଣଙ୍କର ଏବେ ଚିକିତ୍ସା ଚାଲିଛି |ଚିକିତ୍ସା ଚାଲିଥିବା ୧୧0 ଜଣଙ୍କ ମଧ୍ୟରୁ କେବଳ ପେଣ୍ଠକଟା ଅଞ୍ଚଳରୁ ୪୭ ଜଣ ଅଛନ୍ତି |ପୁରୀ ପୌରପାଳିକା ର ପେଣ୍ଠକଟା ଅଞ୍ଚଳକୁ ମିଶାଇ ଏବେ ୨ ୧ ଟି କଣ୍ଟନମେଣ୍ଟ ଜୋନ କରାଯାଇଛି |ସେଥିରେ ୨ ୧ ଟି ୱାର୍ଡ ଅନ୍ତର୍ଗତ ଅଛି |କଣ୍ଟନମେଣ୍ଟ ଜୋନ ଘୋଷଣା କରିବାର ଉଦେଶ୍ୟ ପୁରୀ ପୌରପାଳିକା ର ସମସ୍ତ ଜନସାଧାରଣ କୁ ସୁରକ୍ଷିତ ରଖିବା ସହିତ ସଂକ୍ରମଣ ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇପାରିବ |ଏଭଳି ପ୍ରଶାସନିକ ନିଷ୍ପତ୍ତିକୁ ସହଯୋଗ କରିବା ପାଇଁ ମୋର ଅନୁରୋଧ |ଏହି କରୋନା ଭୁତାଣୁର କୌଣସି ଔଷଧ ବାହାରି ନଥିବାରୁ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ରକ୍ଷାକରିବା, ସର୍ବସାଧାରଣରେ ଛେପ ନ ପକାଇବା ଭଳି ସାବଧାନତା ଏହି ରୋଗର ସଂକ୍ରମଣରୁ ଆମକୁ ରକ୍ଷା କରିପାରିବ |ଏହି ସବୁ ପଦକ୍ଷେପ ଗ୍ରହଣ କରି ନିଜ ପରିବାର ଏବଂ ପଡୋଶୀଙ୍କୁ ସୁସ୍ଥ ରଖିବାରେ ଆପଣମାନେ ସହାୟକ ହୁଅନ୍ତୁ |ଏଭଳି ସମୟରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଥିବା ମତ ପାର୍ଥକ୍ୟରୁ ଉର୍ଦ୍ଧରୁ ଉର୍ଦ୍ଧକୁ ଯାଇ କରୋନା ଭଳି ମହାମାରୀର ସାମ୍ନା କରିବାପାଇଁ ସମସ୍ତେ ଏକଜୁଟ ହେବା ପାଇଁ ପୁରୀ ପୌରପାଳିକା ଅଧିକାରୀ ବିଜୟ କୁମାର ଦାଶ ଏକ ଭିଡ଼ିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି |