
ଜୟପୁର– କୋରାପୁଟ ଜିଲା ଜୟପୁର ସଦର ପୋଲିସ ଗଞ୍ଜେଇ ଲୋଡିଙ୍ଗ ହେଉଥିବା ବେଳେ ଖବର ପାଇ ଚଢ଼ଉ କରିଛି । ଜୟପୁର ଏସଡିପିଓ ବରୁଣ ଗୁଣ୍ଠପାଲ୍ଲି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଜୟପୁର ସଦର ଥାନା ଅନ୍ତର୍ଗତ ବାୟାଗୁଡା ଠାରେ ୮ରୁ ୧୦ ଜଣ ଯୁବକ ଗଞ୍ଜେଇ ଲୋଡ୍ କରୁଥିବା ବିଷୟ ସଦର ପୋଲିସ ଖବର ପାଇ ଗତକାଲି ବିଳମ୍ବିତ ରାତ୍ର ରେ ସେଠାରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ୯୧ଟି ବସ୍ତାରେ ଗଞ୍ଜେଇ ଜବତ କରିଛି । ଯାହାକି ୨୧୭୩ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୁଲ୍ୟ ୪୦ ଲକ୍ଷରୁ ଅଧିକ ହେବ । ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ଟ୍ରକ୍ ନଂ ସିଜି-୦୪-ଏମଜି ୮୪୦୯, ୩ଟି ବାଇକ୍, ଧଳା କଲରର ବିନା ନମ୍ବର ବୋଲେରୋ ଗାଡି ଏବଂ ପିକଅପ୍ ଭ୍ୟାନ୍ ନଂ ଓଆର ୨୪-ଏ-୨୭୬୭ କୁ ଜବତ କରିଛି । ଏହି ମାମଲାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ବାୟାଗାଡା ଗ୍ରାମର ପ୍ରର୍ଶୁରାମ ନାଗ (୩୦), ଜୟପୁର ଜୟନଗରର ପ୍ରତାପ ବେହେରା (୨୨), ଶ୍ୟାମସୁନ୍ଦର ମିଶ୍ର (୨୦) ଓ ଅଭୟ ପ୍ରଧାନୀ (୧୮) । ଏଥିରେ ଜଡ଼ିତ ଥିବା ଅନ୍ୟ ୪ ଜଣ ଫେରାର୍ ହୋଇଯାଇଛନ୍ତି । ଫେରାର୍ ୪ ଜଣଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଇମରାନ ଓ ପ୍ରଶାନ୍ତ ସହ ୨ ସହଯୋଗୀ ରହିଥିବା ପୋଲିସ ସୂଚନା ଦେଇଛି । ଏମାନଙ୍କୁ ଅତିଶିଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ୪ ଜଣ ଯୁବକ ନିଯୁକ୍ତିର ସୁଯୋଗ ନପାଇ ଅଧିକ ଟଙ୍କା ରୋଜଗାର ଲାଳସାରେ ଯୁବ ଗୋଷ୍ଠିଙ୍କୁ ଏବେ ଗଞ୍ଜେଇ ଚାଲାଣ ଭଳି ଅପରାଧରେ ସାମିଲ୍ କରୁଛନ୍ତି । ଗିରଫ ଅଭିଯୁକ୍ତଙ୍କ ଠାରୁ ୪ଟି ମୋବାଇଲ, ୧୨୩୦ ଟଙ୍କା ଜବତ କରାଯାଇଛି । ଏହା ସହ ଟ୍ରକରୁ ୪୦ ବସ୍ତା ଗୋ ଖାଦ୍ୟ ମଧ୍ୟ ଜବତ କରିଛି ।
ଏହି ଖବରଦାତା ସମ୍ମିଳନୀରେ ଏସଡିପିଓଙ୍କ ସହ ସଦର ଥାନା ଅଧିକାରି ଆଦିତ୍ୟ ମହାକୁର ଉପସ୍ଥିତ ଥିଲେ ।
ସେହିପରି କୁନ୍ଦୁରା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ବାଗଦେରି ପଚାଂୟତ କୋଲାବ ସେତୁ ନିକଟରେ ୧୬ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ୪ ଜଣଙ୍କ ମଧ୍ୟରୁ ୨ ଜଣ ହୋମଗାର୍ଡ ରହିଛନ୍ତି । ଏହି ଗଞ୍ଜେଇକୁ ବାଇକରେ ଜଗଦଳପୁର ଚାଲାଣ କରାଯାଉଥିବା ବେଳେ ପୋଲିସ ଚଢ଼ଉ କରିଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO