ଭଦ୍ରକ – ବାଂଶଡା ଥାନା ଅନ୍ର୍ତଗତ ନଳଗୋହିରା ବଜାର ଠାରେ ରାସ୍ତା ସଂପ୍ରସାରଣ କାଯ୍ର୍ୟ ଆଜି ସଂପର୍ଣ ହୋଇଯାଇଛି। ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଚାନ୍ଦବାଲି ଏସଡିପିଓ ଉମାଶଙ୍କର ମହାରଣା ବାଂଶଡା ଥାନା ଆଇ ଆଇ ସି କରୁଣାକର ରାଉତ ,ଧାମରା ସୁପରଭାଇଜର ଦାଶରଥି ଦାସଙ୍କ ଉପସ୍ଥିତିରେ ଆଜି ଏହି ସଂପ୍ରସାରଣ କାଯ୍ର୍ୟ ଆରମ୍ଭ ହୋଇଥିଲା। ଚୌଧୁରୀଘାଟ -ମତୋ ଦୀର୍ଘ ୧୦କି.ମି ରାସ୍ତା ର ସଂପ୍ରସାରଣ କାଯ୍ର୍ୟ ଚାଲିଥିବା ବେଳେ ନଳଗୋହିରା ବଜାର ଠାରେ ଏହି ରାସ୍ତା ସଂକୀର୍ଣ ହୋଇ ପଡିଥିଲା। ଏହି ବଜାରରେ ୪୦ରୁ ଉଦ୍ର୍ଧ ସ୍ଥାନୀୟ ଦୋକାନୀ ରାସ୍ତାକୁ କବଜା କରି ନେଇ ନିଜର ବ୍ୟବସାୟ ଚଳାଇଥିଲେ। ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ବହୁବାର ସ୍ଥାନୀୟ ଲୋକଙ୍କୁ କହିବା ସହ ଏହି ରାସ୍ତାରୁ ହଟିଯିବା ପାଇଁ ଆଦେଶ ଦେଇଥିଲେ ମାତ୍ର ସେହି ଆଦେଶ କୁ ସ୍ଥାନୀୟ ଲୋକ ଫୁ କରି ଦେଇଥିବା ବେଳେ ସେମାନେ କୌଣସି ପରିସ୍ଥିତିରେ ଏହି ସ୍ଥାନରୁ ହଟିବେ ନାହó ବୋଲି ପ୍ରଶାସନକୁ ଜଣାଇଥିଲେ। ସ୍ଥାନୀୟ ଦୋକାନୀ ମାନଙ୍କୁ ଚାନ୍ଦବାଲି ତହସିଲଦାର ନୋଟିସ କରି ଜୁଲାଇ ୧୫ତାରିଖ ସୁଦ୍ଧା ହଟିବା ପାଇଁ ଆଦେଶ ଦେଇଥିଲେ। ଗତକାଲି ସୁଦ୍ଧା କୌଣସି ଦୋକାନୀ ନିଜ ସ୍ଥାନରୁ ହଟି ନଥିବା ବେଳେ ଆଜି ସକାଳ ୧୧ଟା ସମୟରେ ମାଜିଷ୍ଟ୍ରେଟଙ୍କ ,୩ପ୍ଲାଟୁନ ଫୋର୍ସ ଏବଂ ବୁଲଡୋଜର ସହାୟତାରେ ୪୦ଟି ଦୋକାନକୁ ରାସ୍ତାରୁ ହଟାଇ ସରକାରୀ ସ୍ଥାନ କୁ କବଜା ମୁକ୍ତ କରାଇଥିଲେ। ଏଥିସହ ଏହି ବଜାର ଠାରେ ଥିବା ଏକ ମନ୍ଦିରକୁ ମଧ୍ୟ ଭଙ୍ଗା ଯାଇ ରାସ୍ତା ସଂପ୍ରସାରଣ କାଯ୍ର୍ୟ ଶେଷ ହୋଇଥିଲା। ଏହି ସଂପ୍ରସାରଣ କାଯ୍ର୍ୟ ଶେଷ ହୋଇଥିବା ବେଳେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନଥିବା ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାରଙ୍କ ନିକଟରୁ ପ୍ରକାଶ।
Related Stories
May 15, 2024