
ଭୂବନେଶ୍ବର : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଫୋର୍ବସ୍ ଏଣ୍ଡିଆ ଦ୍ବାରା ସମଗ୍ର ଭାରତ ବର୍ଷର ଚ଼ାଳିସି ଜଣ ବିଶିଷ୍ଟ ଶିକ୍ଷାବିତ୍ ମାନଙ୍କ ମଧ୍ୟରେ ଅନ୍ୟତ୍ତମ ଭାବେ ଓ.ଡ଼ି.ଏମ୍ ପବ୍ଲିକ୍ ସ୍କୁଲ୍ ର ଅଧକ୍ଷ ତଥା ଚ଼େୟାରମ୍ୟାନ୍ ଡ଼କ୍ଟର୍ ମୀନକେତନଙ୍କୁ ଭାରତୀୟ ଶିକ୍ଷା କ୍ଷେତ୍ରରେ ତାଙ୍କର ବିଶିଷ୍ଟ ଅବଦାନ ଯୋଗୁଁ ‘ଗ୍ରେଟ୍ ଇଭାନଜେଲିଷ୍ଟ ଅଫ୍ ଏଣ୍ଡିଆ’ ପୁରଷ୍କାରରେ ସମ୍ମାନିତ କରା ଯାଇ ଅଛି | ଅହମଦାବାଦରେ ଏକ ଭବ୍ୟ ସ୍ବାଗତ ଓ ସମାନ୍ନ ସାକ୍ଷାତକାରରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର ଓ ଉପନ୍ୟାସକାର ଚ଼େତନ ଭଗତଙ୍କ ଦ୍ବାରା ତାଙ୍କୁ ଏହି ପୁରଷ୍କାର ପ୍ରଦାନ କରା ଯାଇଅଛି | ଆଜି ଫୋର୍ବସ୍ ଏଣ୍ଡିଆ ତରଫରୁ ଏକ କାର୍ଯ୍ୟାଳୟ ବିଞପ୍ତି ଦ୍ବାରା ଏହା ସୂଚ଼ିତ କରା ଯାଇ ଅଛି | କେବଳ ଓ.ଡ଼ି.ଏମ୍ ପବ୍ଲିକ୍ ସ୍କୁଲ ନୁହେଁ, ବରଂ ସମଗ୍ର ଓଡ଼ିଶା ଏହା ପାଇଁ ଗୌରବାନ୍ନିତ|
ସେ କପରି ୧୯୮୯ ମସିହାରେ ଭୂବନେଶ୍ବର ଶିଖରଚ଼ଣ୍ଡିସ୍ଥିତ ଏକ ସ୍ଲମ୍ ଅଞ୍ଚଳରେ ସ୍କୁଲଟିଏ ତିଆରି କରି ଦଶ ଜଣ ଛାତ୍ରରୁ ଆରମ୍ଭ କରି ଆଜି ଏକ ଆନ୍ତର୍ଜାତିକ ମାନଦଣ୍ଡର ସ୍କୁଲ୍ ମାଧ୍ୟମରେ ଶିକ୍ଷା ଜଗତରେ ନିଜର ଅମୂଲ୍ୟ ଯୋଗ ଦାନ ଦେଇ ସୁନାମଧନ୍ୟ ହେବା ସହିତ ଜଣେ ମୋଟିଭେସନାଲ୍ ଲେଖକ ଓ ବକ୍ତା ଭାବେ ପ୍ରାୟ ୧୬ ଟି ଓଜୋସ୍ବିନୀ ପୁସ୍ତକ ଲେଖି ତଥା ନିରନ୍ତର ଜନହିତୈଷୀ ସେବା କରି, ରାଷ୍ଟ୍ରପତି ପୁରଷ୍କାରରେ ପୁରଷ୍କୃତ ହୋଇ ଲୋକ ଲୋଚ଼ନକୁ ଆସି ପାରିଚ଼ନ୍ତି, ଏହାହିଁ ଫୋର୍ବସ୍ ଏଣ୍ଡିଆର ଦୃଷ୍ଟିରେ ଏକ ବିଶିଷ୍ଟ ଉଦାହରଣ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO