
ବ୍ରହ୍ମପୁର: ଆମ୍ବମାର୍କେଟ ଠାରେ ୫୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ବୁଧବାର କାର୍ଯ୍ୟକ୍ଷମ ହୋଇଛି । ଖୁବଶୀଘ୍ର ଏଠାରେ କରୋନା ରୋଗୀ ତଥା ସନ୍ଦିଗ୍ଧଙ୍କୁ ରଖି ଚିକିତ୍ସା କରାଯିବ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନାପ୍ରକାରେ ନିଳକଣ୍ଠନଗର ସରସ୍ୱତୀ ଶିଶୁ ମନ୍ଦିରର ହଷ୍ଟେଲ ତଥା ବହୁତଳ କୋଠାକୁ ୫୦୦ ଶର୍ଯ୍ୟାର କୋଭିଡ କେୟାର ସେଣ୍ଟର କରାଯାଇଛି । ଏହି କୋଠାକୁ ୨ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ଭାଗରେ ୨୫୦ ଶର୍ଯ୍ୟା ବିଶିଷ୍ଟ ଜିଲା କୋଭିଡ ହେଲଥ୍ ସେଣ୍ଟର ଭାବେ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଅନ୍ୟ ଭାଗରେ ୨୫୦ ଶର୍ଯ୍ୟା କୋଭିଡ କେୟାର ସେଣ୍ଟର ଭାବେ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି । ଏହି ୨ ସେଣ୍ଟରର ପ୍ରାୟ ସମସ୍ତ ସ୍ଥାନରେ ସିସିଟିଭି ସଂଯୋଗ କରାଯାଇଛି । ସେହିପରି ଏଠାରେ ରୋଗୀଙ୍କୁ ଖାଦ୍ୟ ଯୋଗାଇବାକୁ ମୁମ୍ବାଇର ଏକ ସଂସ୍ଥା ସହ ବିଏମସି ଚୁକ୍ତି କରିଛି । ଏହି ସଂସ୍ଥାର ମେଡିକାଲରେ ରହୁଥିବା ରୋଗୀଙ୍କୁ ଖାଦ୍ୟ ଯୋଗାଣ ଅଭିଜ୍ଞତା ରହିଥିବା ବିଏମସି ପକ୍ଷରୁ କୁହାଯାଇଛି । ସୂଚନାଥାଉକି, ମହାନଗର ନିଗମ ଅଞ୍ଚଳରୁ ଦୈନନ୍ଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କୁ ପ୍ରଥମେ ଏଠାରେ ରଖାଯାଇ ଚିକିତ୍ସା କରାଯିବ । ଆବଶ୍ୟକ ପଡିଲେ ଅଧିକ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲକୁ ପଠାଯିବାର ବ୍ୟବସ୍ଥା ରହିଛି । ବ୍ରହ୍ମପୁର ସହରରେ ଅତ୍ୟାଧୁନିକ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା ହୋଇଥିବା ଖବରପାଇ ଭୟଭୀତରେ ଥିବା ବ୍ରହ୍ମପୁରବାସୀ ସାମାନ୍ୟ ଆଶ୍ୱସ୍ତି ହୋଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO