
ଭଦ୍ରକ– ସରକାର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଓ ପିଲାମାନଙ୍କୁ ଶିକ୍ଷା ମନସ୍କ କରିବା ପାଇଁ ବିଭିନ୍ନ ପ୍ରକାର େଯାଜନା ପ୍ରଣୟନ କରିବା ସହ ସେଥି ବାବଦରେ କୋଟି କୋଟି ଟଙ୍କା ଖଚ୍ର୍ଚ କରୁଥିବା ସ୍ଥଳେ ବହୁ ସ୍ଥାନରେ ଗ୍ରାମବାସୀଙ୍କ ଅସହେଯାଗ ଫଳରେ ଏହି ସବୁ େଯାଜନା ଫଳପ୍ରଦ ହେଉନଥିବା ପରିଲକ୍ଷିତ ହେଉଛି। ଏହିପରି ଏକ ଦୃଷ୍ଟାନ୍ତ ଦେଖôବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ୍ ବଡବଚ୍ର୍ଚିକୟାଁ ପଂଚାୟତ ଅନ୍ତର୍ଗତ ବିଶଲକଣା ପ୍ରାଥମିକ ବିଦ୍ୟାଳୟ ଠାରେ। ଗ୍ରାମବାସୀଙ୍କ ଅସହେଯାଗରୁ ବିଦ୍ୟାଳୟ ନିଜସ୍ବ ଜାଗା ନିରୂପଣରେ ବାଧା ଉପୁଜୁଥିବା ଜଣାପଡିଛି। ସୂଚନା ଅନୁଯାୟୀ ଏହି ବିଦ୍ୟାଳୟଟି ୧୯୬୭ ମସିହାରେ ପ୍ରତିଷ୍ଂା ହୋଇଥିଲେ ସୁଦ୍ଧା ଆଜି ଏପର୍ଯ୍ୟନ୍ତ ନାନାଦି ସମସ୍ୟା ମଧ୍ଯ ଦେଇ ଗତି କରୁଛି। ଯଦ୍ବାରା ବିଦ୍ୟାଳୟରେ ଉପଯୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରୁନାହó। ପୂର୍ ବିଭାଗ ମୁଖ୍ୟ ରାସ୍ତା ପାଶ୍ର୍ବରେ ବିଦ୍ୟାଳୟଟି ଅବସ୍ଥିତ। ଉକ୍ତ ରାସ୍ତାରେ ସଦାସର୍ବଦା ଗାଡିମଟର ଚଳାଚଳ କରିଥାଏ। ବିଦ୍ୟାଳୟର ସ୍ଥାୟୀ ପ୍ରଚାର ନଥିବାରୁ ପିଲାମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକମାନେ ସଦାସର୍ବଦା ଆଶଙ୍କାରେ ରହିବା ସହ, ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ଶୈକ୍ଷିକ ପରିବେଶକୁ ନଷ୍ଟ କରୁଛି। ବିଦ୍ୟାଳୟ ପରିସରକୁ ଲାଗି ନାଳଟିଏ ପ୍ରବାହିତ ହେଉଥିଲେ ସୁଦ୍ଧା ଜଳ ନିଷ୍କାସନ ଠିକ୍ ଭାବେ ହୋଇ ପାରୁନଥିବାରୁ ପାଣି ଜମି ରହିବା ଫଳରେ ବର୍ଷାଦିନେ ଏହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ମ୍ୟାଲେରିଆ ଓ ଡେଙ୍ଗୁ ପରି ରୋଗର ଭୟ ସୃଷ୍ଟି କରିଥାଏ। ପ୍ରକାଶ ଥାଉକି ଗତ ୨୦୧୩-୧୪ ଆର୍ଥିକ ବର୍ଷରେ ମଂଜୁରୀ ଅର୍ଥରେ ର୍ନିମିତ ଶ୍ରେଣୀ ଗୃହଟି କµୁ୍ୟଟର ଶିକ୍ଷାଦାନ ପାଇଁ ଉଦ୍ଧିଷ୍ଟ ହୋଇଥିଲା। ପ୍ରାକ୍ତନ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କ ନିଜସ୍ବ ପାଣ୍ଠିରୁ ଏହି ବିଦ୍ୟାଳୟକୁ ୬ ଗୋଟି କµୁ୍ୟଟର େଯାଗାଇ ଦିଆଯାଇଥିଲା। କିନ୍ତୁ ଗତ ୨୦୧୮ ମସିହା ଅକ୍ଝୋବର ୨୭ ତାରିଖ ରାତିରେ ବିଦ୍ୟାଳୟ ଅଫିସ୍ ଗୃହତାଲାକୁ ଭାଙ୍ଗି ଏହି କµୁ୍ୟଟର ଗୁଡିକୁ କେହି ଚୋରି କରି ନେଇଥିଲେ। ତେଣୁ ଏହି ସବୁକୁ ଦୃଷ୍ଟିରେ ରଖô ଭଦ୍ରକ ଜିଲା ବନ୍ତ ପଂଚାୟତରାଜ ବିଭାଗ ତରଫରୁ ପ୍ରାଚୀର ନିର୍ମାଣ ବାବଦରେ ଗତ ଫେବୃୟାରୀ ମାସରେ ୨ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା, କିନ୍ତୁ ଜାଗା ନିରୂପଣକୁ ନେଇ ନିର୍ମାଣ କାର୍ଯ୍ୟରେ ସମସ୍ୟା ଦେଖା ଦେଇଥିଲା। ପରେ ବିଭାଗୀୟ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ଚାରି ପାଶ୍ର୍ବରୁ ଦକ୍ଷିଣ ପାଶ୍ର୍ବ ପାଚେରୀ ନିର୍ମିତ ହୋଇପାରିଥିଲା। ଏବେ ଅନ୍ୟ ପାଶ୍ର୍ବ ପାଚେରୀ ନିର୍ମାଣକୁ ନେଇ ପୁନଶ୍ଚ ସମସ୍ୟା ଉପୁଜିଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସଭ୍ୟସଭ୍ୟା ଓ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟ ଜାଗା ନିରୂପଣ ନେଇ ବିଭାଗୀୟ ଅଧିକାରୀଙ୍କ ଠାରେ ବାରମ୍ବାର ଅଭିେଯାଗ କରୁଥିଲେ ସୁଦ୍ଧା କିଛି ଗ୍ରାମବାସୀଙ୍କ ଅସହେଯାଗ େଯାଗୁଁ ଏଥିରେ ବାଧା ସୃଷ୍ଟି ହେଉଥିବାର ସେମାନେ ଅଭିେଯାଗ କରନ୍ତି। ଆଜି ବିଭାଗୀୟ ଅଧିକାରୀମାନେ ବିଦ୍ୟାଳୟ ନିଜସ୍ବ ଜାଗା ନିରୂପଣ ପାଇଁ ସମୟ ଧାର୍ଯ୍ୟ କରିଥିଲେ। ତେଣୁ ପିଲାମାନଙ୍କର ଜୀବନ ଓ ଭବିଷ୍ୟତ ସହ ବିଦ୍ୟାଳୟର ସୁରକ୍ଷାକୁ ଆଖô ଆଗରେ ରଖô ଜାଗା ନିରୂପଣରେ ସମସ୍ତ ଗ୍ରାମବାସୀ ସହେଯାଗ କରିବାକୁ ଅଭିଭାବକଙ୍କ ସହ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ନିବେଦନ କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO